ଚିକିଟି ମଦ ମୃତ୍ୟୁ ମାମଲା; ଆଉ ଜଣଙ୍କୁ ବାନ୍ଧିଲା ପୋଲିସ

ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ମାଉନ୍ଦପୁର ଗ୍ରାମରେ ଘଟିଥିବା ବିଷାକ୍ତ ମଦମୃତ୍ୟୁ ଘଟଣାରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରାଯାଇଛି। ସେ ହେଲେ ମାଉନ୍ଦପୁର ଗ୍ରାମର ପୂର୍ଣ୍ଣ ସାହୁ।

ଘଟଣା ପରଠାରୁ ପୂର୍ଣ୍ଣ ଫେରାର ଥିଲେ। ଫେରାର ପରଠାରୁ କେ. ନୂଆଗାଁ ପୋଲିସ ତାଙ୍କୁ ଖୋଜିବା ଜାରି ରଖିଥିଲା। ଗିରଫ ପରେ କେ. ନୂଆଗାଁ ଥାନା ଅଧିକାରୀ କିଶୋର କୁମାର ସାମଲ ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଗତ ସୋମବାର ମାଉନ୍ଦପୁର ଗ୍ରାମରେ ବିଷାକ୍ତ ମଦ ପିଇ ୨୩ ଜଣ ଅସୁସ୍ଥ ହୋଇ ପଡିଥିଲେ। କେ. ନୂଆଗାଁ ପୋଲିସ ମାଉନ୍ଦପୁରରେ ଚଢ଼ାଉ କରି ଚୋରା ମଦ କାରବାର କରୁଥିବା ସନ୍ଦେହରେ ୬ ଜଣକୁ ଗିରଫ କରିଥିଲା।

Chiquity Alcohol Death Case

ଚିକିଟି ଅବକାରୀ ବିଭାଗ ପକ୍ଷରୁ ଢେପଗାଁରେ ୫୫ ଲିଟର ଦେଶୀ ମଦ ଜବତ କରି ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ପ୍ରଥମେ ୭ଜଣଙ୍କୁ ଗିରଫ କରାଯାଇଥିଲା। ପରେ ୩ଜଣ ଗିରଫ ହୋଇଥିଲେ। ଫଳରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ଏ ସମ୍ପର୍କରେ କେ ନୂଆଗାଁ ଥାନା ଅଧିକାରୀ କିଶୋର କୁମାର ସାମଲଙ୍କୁ ପଚାରିବାରୁ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୦ଜଣ ଗିରଫ ହୋଇଥିବା ପ୍ରକାଶ କରିବା ସହ ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+