ଫେରିଲା କୋଭିଡ୍ ଆଡଭାଇଜରି: ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବାକୁ ସରକାରଙ୍କ ପରାମର୍ଶ
ଫେରିଲା କୋଭିଡ୍ ଆଡଭାଇଜରି: ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବାକୁ ସରକାରଙ୍କ ପରାମର୍ଶ
ଭୁବନେଶ୍ୱର: ଚାଇନାରେ କରୋନା ସ୍ଥିତିକୁ ନଜରରେ ରଖି ରାଜ୍ୟରେ କଡାକଡି ହୋଇଛି ନିୟମ । କୋଭିଡ଼ ମୁକାବିଲା ପାଇଁ ଆଜି ଶେଷ ହୋଇଛି ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକ । ତେବେ ମାସ୍କ ପିନ୍ଧିବା ସହ, ନିୟମିତ ହାତ ଧୋଇବା ପାଇଁ ରାଜ୍ୟ ସରକାର ଆଡଭାଇଜରି ଜାରି କରିଛନ୍ତି । ଯଦି କିଛି ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ନିଜକୁ ହୋମ୍ ଆଇସୋଲେସନ ରଖିବା ପାଇଁ ପରମର୍ଶ ଦିଆଯାଇଛି । ସେହିପରି ସମସ୍ତ ଡାକ୍ତରଖାନାକୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଶାଳିନୀ ପଣ୍ତିତ ।

ସେହିପରି ନଭେମ୍ବର ମାସରୁ ଓଡ଼ିଶାରେ ୧୫ରୁ କମ୍ କରୋନା କେସ୍ ଆସୁଛି । ଏବେ ଚାଲିଥିବା ଟେଷ୍ଟିଂ ଚାଲୁ ରଖିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ କେହି ICUରେ ଆକ୍ରାନ୍ତ ନାହାନ୍ତି । ଆଗାମୀ ଦିନ ପାଇଁ ୩ ପ୍ରମୁଖ ଡାକ୍ତରଖାନାରେ ୨୦ଟି ଲେଖାଏଁ ବେଡ୍ ପ୍ରସ୍ତୁତ କରାଯାଇଛି । ବେଡ୍ ସଂଖ୍ୟା ଆଉ ୨୦କୁ ବୃଦ୍ଧି କରାଯିବ । ଯଦି ରୋଗୀ ସଂଖ୍ୟା ବଢେ ତେବେ ଚିକିତ୍ସା ପାଇଁ ମକଡ୍ରିଲ୍ କରାଯିବ ।












Click it and Unblock the Notifications