ଓଡିଶାରେ ଚୀନ ଭାରିଏଣ୍ଟ: ସଂଧ୍ୟାରେ ଆସିବ ନୂଆ ଆଡଭାଇଜରୀ
ସଂଧ୍ୟାରେ ଆସିବ ନୂଆ ଆଡଭାଇଜରୀ
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନାର ନୂଆ ଭାରିଏଣ୍ଟ । ଚୀନରେ ଚହଳ ସୃଷ୍ଟି କରିଥିବା କୋଭିଡ-19 ଓମିକ୍ରନର ସବ୍ ଭାରିଏଣ୍ଟ ବିଏଫ୍. ୭ ଓଡ଼ିଶାରେ ଚିହ୍ନଟ ହୋଇଛି । ଯାହା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି । ରାଜ୍ୟରେ କୋଭିଡ୍ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସରରିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ସ୍ୱସ୍ଥ୍ୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞମାନେ ମଧ୍ୟ ସାମିଲ ଥିଲେ ।

ତେବେ ଏହି ବୈଠକ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସେ କହିଛନ୍ତି, କୋଭିଡ୍ ପାଇଁ ଆଜି ସଂଧ୍ୟାରେ ଆସିବ ନୂଆ ଆଡଭାଇଜରୀ । ଭିଡକୁ ନ ଯିବା, ମାସ୍କ ପିନ୍ଧିବା, କୋଭିଡ ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଆଗକୁ ହକି ବିଶ୍ୱକପ ଉପରେ ମଧ୍ୟ ସତର୍କ ନଜର ରଖାଯାଇଛି । ଖେଳ ସମୟରେ ପରିସ୍ଥିତି ଦେଖି ନିଷତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରନ୍ତୁ
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସେପଟେ ଚୀନ୍ ଭାରିଆଣ୍ଟକୁ ନେଇ କୌଣସି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ ପାଇଁ ସେ ଅନୁରୋଧ କରିଛନ୍ତି । ଆକ୍ରାନ୍ତଙ୍କ ଜିନୋମ ସିକ୍ୟୁଏନସିଂ ହେବ । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଜିନୋମ ସିକ୍ୟୁଏନସିଂ ଏବଂ ସଭିର୍ଲାନ୍ସ କରିବାକୁ ସୁବିଧା ଅଛି । ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢ଼େ ତାପରେ ଅନ୍ୟ ପଦକ୍ଷେପ ନିଆଯିବ । ହକି ବିଶ୍ୱକପରେ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯଦି କାହା ପାଖରେ ଲକ୍ଷଣ ପ୍ରକାଶ ପାଇବ ସଙ୍ଗେ ସେଙ୍ଗେ ସେଠାରେ ତାଙ୍କର ଟେଷ୍ଟ କରିବାର ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ନିଦ୍ଦେର୍ଶକ କହିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳାଙ୍କଠାରେ ଓମ୍ରିକନ୍ ବିଏଫ୍.୭ ଚିହ୍ନଟ ହୋଇଥିଲା
ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଓମିକ୍ରନର ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଓଡ଼ିଶାର ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା । ଗତ ସେପ୍ଟେମ୍ବର ୩୦ ତାରିଖରେ ୟୁଏସ୍ଏ ଯିବା ପାଇଁ ତାଙ୍କର ଆର୍ଟିପିସିଆର୍ ଟେଷ୍ଟିଂ କରାଯାଇଥିଲା । ସେତେବେଳ ସେ ଲକ୍ଷଣବିହୀନ ଥିଲେ । ଆର୍ଏମ୍ଆର୍ସିରେ ତାଙ୍କର ଜିନୋମ ସିକ୍ୟୁଏନସିଂ ହୋଇଥିଲା । ଏବେ ସେ ଏବଂ ତାଙ୍କ ପରିବାର ଗତ ଅକ୍ଟୋବରରୁ ୟୁଏସ୍ଏରେ ରହୁଛନ୍ତି । ଭାରତ ଛାଡ଼ିବା ପର୍ଯ୍ୟନ୍ତ ସେହି ମହିଳା ଓ ତାଙ୍କ ପରିବାର କାହାଠାରେ ବି କରୋନାର ଲକ୍ଷଣ ନ ଥିଲା । ତେବେ ଗତ ତିନିମାସ ଭିତରେ ଓଡ଼ିଶାରେ ଆଉ କୌଣସି ଆକ୍ରାନ୍ତଙ୍କ ଠାରେ ଏହି ନୂତନ ଭାରିଆଣ୍ଟ ଚିହ୍ନଟ ହୋଇ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।












Click it and Unblock the Notifications