Get Updates
Get notified of breaking news, exclusive insights, and must-see stories!

ଓଡିଶାରେ ଚୀନ ଭାରିଏଣ୍ଟ: ସ୍ୱାସ୍ଥ୍ୟ ବିଭଗ ତତ୍ପର, କାଲି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ଚିନ୍ତା ବଢାଇଲା ଚୀନ ଭାରିଏଣ୍ଟ । ତତ୍ପର ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭଗ । ଆସନ୍ତାକାଲି ବସିବାକୁ ଯାଉଛି ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଭୁବନେଶ୍ବର: ଚିନ୍ତା ବଢାଇଲା ଚୀନ ଭାରିଏଣ୍ଟ । ତତ୍ପର ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭଗ । ଆସନ୍ତାକାଲି ବସିବାକୁ ଯାଉଛି ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟା ୩୦ରେ ବୈଠକ ବସିବ। ବର୍ତ୍ତମାନର ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କଣ ନିଆଯିବ । ସେନେଇ ବୈଠକରେ ଆଲୋଚନା ହେବ । ସ୍ୱାସ୍ଥ୍ୟ ବିଭାଗ ସହ RMRC, ILS, ବିଭିନ୍ନ ମେଡିକାଲ କଲେଜ କର୍ତ୍ତୁପକ୍ଷ ବୈଠକରେ ସାମିଲ ହେବେ ।

ଚୀନ ଭାରିଏଣ୍ଟ

ସ୍ୱାସ୍ଥ୍ୟ ସଚିବ ଲେଖିଲେ ଚିଠି

ସେପଟେ ଗତକାଲି ସବୁ ଜିଲ୍ଲାପାଳ, ସିଡିଏମ୍‌ଓ, ମେଡିକାଲ କଲେଜ ଅଧ୍ୟକ୍ଷ ଓ ସମସ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।
ଏଥି ସହତି ଭାରତ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଜୁନ୍ ମାସରେ ଜାରି ହୋଇଥିବା ସଂଶୋଧିତ ସର୍ବେକ୍ଷଣ ନୀତିକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ନମୂନା ପଜିଟିଭ୍ ଚିହ୍ନଟ ହେବ ତାକୁ ନିକଟସ୍ଥ ଆଇଏନଏସଏସିଓଜି ଲାବ୍ରୋଟୋରୀ କିମ୍ବା ଭୁବନେଶ୍ୱର ଠାରେ ଥିବା ଆରଏମଆରସି ଅବା ଆଇଏଲଏସକୁ ପଠାଇବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ଭାରତ ସରକାରଙ୍କ ଗାଇଡଲାଇନ୍ ଆଧାରରେ ତୁରନ୍ତ କ୍ଲଷ୍ଟର କଣ୍ଟେନମେଣ୍ଟ ପଦକ୍ଷେପ ନେବାକୁ ମଧ୍ୟ ସ୍ବାସ୍ଥ୍ୟ ସଚିବ କହିଛନ୍ତି ।

ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସେପଟେ ଚୀନ୍‌ ଭାରିଆଣ୍ଟକୁ ନେଇ କୌଣସି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ ପାଇଁ ସେ ଅନୁରୋଧ କରିଛନ୍ତି । ଆକ୍ରାନ୍ତଙ୍କ ଜିନୋମ ସିକ୍ୟୁଏନସିଂ ହେବ । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଜିନୋମ ସିକ୍ୟୁଏନସିଂ ଏବଂ ସଭିର୍ଲାନ୍ସ କରିବାକୁ ସୁବିଧା ଅଛି । ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢ଼େ ତାପରେ ଅନ୍ୟ ପଦକ୍ଷେପ ନିଆଯିବ । ହକି ବିଶ୍ୱକପରେ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯଦି କାହା ପାଖରେ ଲକ୍ଷଣ ପ୍ରକାଶ ପାଇବ ସଙ୍ଗେ ସେଙ୍ଗେ ସେଠାରେ ତାଙ୍କର ଟେଷ୍ଟ କରିବାର ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ନିଦ୍ଦେର୍ଶକ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ମାସରେ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ହଟାଇ ଦେଇଥିଲେ । ମାତ୍ର ଚୀନ ସମେତ ବିଶ୍ୱର କିଛି ରାଷ୍ଟ୍ରରେ କରୋନାର ଭୟାବହ ପରିସ୍ଥିତି ସୃଷ୍ଟି ହେବା ଓ ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ଚିହ୍ନଟର ଅଭିଯୋଗ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

କହିରଖୁ କି, ଗତକାଲି କୋଭିଡ-19 ଓମିକ୍ରନର ସବ୍ ଭାରିଏଣ୍ଟ ବିଏଫ୍‌. ୭ ଓଡ଼ିଶାରେ ଚିହ୍ନଟ ହୋଇଛି । ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗୁଜରାଟରେ ୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସୂଚନା ଦେଇଛି ।
ତେବେ ବିଏଫ୍‌.୭ ଭାରିଏଣ୍ଟ କିଛି ଦିନ ହେଲା ଚୀନ୍‌ରେ ଆତଙ୍କ ସୃଷ୍ଟି କରୁଛି ।

ଓଡିଶାରେ ନାହାନ୍ତି ଚିହ୍ନଟ ହୋଇଥିବା ନୂଆ ଭାରିଏଣ୍ଟ ଆକ୍ରାନ୍ତ

ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଓମିକ୍ରନର ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଓଡ଼ିଶାର ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା । ଗତ ସେପ୍ଟେମ୍ବର ୩୦ ତାରିଖରେ ୟୁଏସ୍‌ଏ ଯିବା ପାଇଁ ତାଙ୍କର ଆର୍‌ଟିପିସିଆର୍ ଟେଷ୍ଟିଂ କରାଯାଇଥିଲା । ସେତେବେଳ ସେ ଲକ୍ଷଣବିହୀନ ଥିଲେ । ଆର୍‌ଏମ୍‌ଆର୍‌ସିରେ ତାଙ୍କର ଜିନୋମ ସିକ୍ୟୁଏନସିଂ ହୋଇଥିଲା ।

ଏବେ ସେ ଏବଂ ତାଙ୍କ ପରିବାର ଗତ ଅକ୍ଟୋବରରୁ ୟୁଏସ୍‌ଏରେ ରହୁଛନ୍ତି । ଭାରତ ଛାଡ଼ିବା ପର୍ଯ୍ୟନ୍ତ ସେହି ମହିଳା ଓ ତାଙ୍କ ପରିବାର କାହାଠାରେ ବି କରୋନାର ଲକ୍ଷଣ ନ ଥିଲା । ତେବେ ଗତ ତିନିମାସ ଭିତରେ ଓଡ଼ିଶାରେ ଆଉ କୌଣସି ଆକ୍ରାନ୍ତଙ୍କ ଠାରେ ଏହି ନୂତନ ଭାରିଆଣ୍ଟ ଚିହ୍ନଟ ହୋଇ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+