Get Updates
Get notified of breaking news, exclusive insights, and must-see stories!

କରୋନାକୁ ଭୟ କରନ୍ତୁ ନାହିଁ, ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ

କରୋନାକୁ ଭୟ କରନ୍ତୁ ନାହିଁ, ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ

ଭୁବନେଶ୍ୱର: ବିଶ୍ୱରେ ଚିନ୍ତା ବଢାଉଛି କରୋନା । ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି କୋଭିଡ୍ ସ୍ଥିତି । ଭାରତରେ ଏବେ ଶହେରୁ ୨ ଶହ ଭିତରେ କରୋନା ଆକ୍ରାନ୍ତ ସଂଖ୍ୟା ରହୁଥିବା ବେଳେ ଓଡ଼ିଶାରେ ପ୍ରତିଦିନ ୫ ରୁ ୭ ଭିତରେ ଚିହ୍ନଟ ହେଉଛନ୍ତି କୋଭିଟ୍ ପଜିଟିଭ୍ । ଗତ ତିନି ମାସ ଧରି ଓଡ଼ିଶାରେ କେସ୍ ରେଟ୍ କମ ରହିଛି । ଜାତୀୟ ସ୍ଥର ତୁଳନାରେ ଓଡ଼ିଶାରେ ଏଧିକ ଟେଷ୍ଟିଂ ହେଉଛି । ପ୍ରତିଦିନ ପ୍ରାୟ ୬ ହଜାରରୁ ୭ ହଜାର ଲୋକଙ୍କ ଟେଷ୍ଟିଂ ହେଉଛି ବୋଲି ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ
ଶାଳିନୀ ପଣ୍ତିତ ।

CORONA

ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । କରୋନାକୁ ନେଇ ବର୍ତ୍ତମାନ ଚିନ୍ତିତ ହେବା ଆବଶ୍ୟକ ନାହିଁ । ଯଦି ଗହଳି ସ୍ଥାନକୁ ଯାଉଛନ୍ତି ତେବେ ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ । ହେଲେ ବର୍ତ୍ତମାନ ରାଜ୍ୟରେ କରୋନା କଟକଣା ସମ୍ପୁର୍ଣ୍ଣନ ଉଠି ଯାଇଛି । ତେବେ କରୋନା BF.7 ଭାରିଏଣ୍ଟ ଓଡ଼ିଶା ଏବଂ ଭାରତରେ ଗତ ୩ରୁ ୪ ମାସ ଧରି ରହିଛି । ହେଲେ ଏହା ଦ୍ୱାରା ସଂକ୍ରମଣ ହାର ବୃଦ୍ଧି ପାଉ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ସେହିପରି ଓଡ଼ିଶାର ପ୍ରତ୍ୟେକ ଡାକ୍ତରଖାନାରେ ଟେଷ୍ଟିଂ କିଟ୍, ଔଷଧ, ଅକ୍ସିଜେନ୍ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+