ନନ୍ଦନକାନନରେ ସିମ୍ପାଞ୍ଜି 'ଜୁଲୁ'ର ମୃତ୍ୟୁ

ବାରଙ୍ଗ: ନନ୍ଦନକାନନରେ ଏକ ଦୁଃଖଦ ଘଟଣା ଘଟିଛି। ସିମ୍ପାଞ୍ଜି ବଂଶର ଶ୍ରଷ୍ଠା 'ଜୁଲୁ' ୩୫ ବର୍ଷ ବୟସରେ ବାର୍ଦ୍ଧକ୍ୟରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛି। 'ଜୁଲୁ' ଚିକିତ୍ସାଧିନ ଅବସ୍ଥାରେ ଥିଲା। 'ଜୁଲୁ' ପରିବାରର ମୁଖିଆ ଥିଲା। ପମ୍ପେ୍ଟା ସହ ମିଳନରୁ 'ଜୁଲୁ'ର ବଂଶ ବିସ୍ତାର ହୋଇଥିଲା। ମୃତ୍ୟୁ ବେଳକୁ ଜୁଲୁକୁ ୩୬ ବର୍ଷ ହୋଇଥିଲା। ୧୯୮୮ରେ ସିଙ୍ଗାପୁରରେ ଜୁଲୁ ଜନ୍ମ ନେଇଥିଲା। ୧୯୯୪ରେ ନନ୍ଦନକାନନ ଆସିଥିଲା।

chimpanzee dead in nandankanan zoo in bhubaneswar

ସୂଚନା ଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଏକ ଶାବକକୁ ଜନ୍ମ ଦେଇଥିଲା ମା' ସିମ୍ପାଞ୍ଜି। ଫଳରେ ନନ୍ଦନକାନନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ଘଟିଥିଲା। ବର୍ତ୍ତମାନ ସିମ୍ପାଞ୍ଜି ଜୁଲୁର ମୃତ୍ୟୁ ପରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୭କୁ ଖସି ଆସିଛି। ସେମାନଙ୍କ ମଧ୍ୟରେ ୫ ମାଈ, ଗୋଟିଏ ଅଣ୍ଡିରା ସିମ୍ବାଜି ରାଜା ରହିଛି। ରବିବାର ଜନ୍ମଲାଭ କରିଥିବା 'ଜୁଲୁ' ପମ୍ପେଟା ମିଳନରୁ ଜନ୍ମିତ ଶେଷ ଶାବକଟି ରହିଛି। ଗତ କାଲି ଜନ୍ମିତ ଶାବକର ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+