ଚିଲିକାରେ ପୁଣି ଅଘଟଣ, ଡଙ୍ଗା ବୁ଼ଡ଼ି ୨ ନିଖୋଜ
ଚିଲିକାରେ ପୁଣି ଅଘଟଣ, ଡଙ୍ଗା ବୁ଼ଡ଼ି ୨ ନିଖୋଜ , ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଳିଜାଈ ନିକଟରେ ଅଘଟଣ ,ଡଙ୍ଗାରେ ମୋଟ୍ ୧୩ ଜଣ ଲୋକ ଥିବାର ସୂଚନା ରହିଛି
ବ୍ରହ୍ମଗିରି:ଚିଲିକାରେ ପୁଣି ଅଘଟଣ । ଡଙ୍ଗା ବୁ଼ଡ଼ି ଆଜି ସଂନ୍ଧ୍ୟାରେ ଚିଲିକାରେ ୨ ନିଖୋଜ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଳିଜାଈ ନିକଟରେ ଅଘଟଣ । ଗମ୍ଭାରୀଗାଁ ନିକଟ କାଳିଜାଈକୁଦାରେ ବୁଡ଼ିଗଲା ଯାତ୍ରୀବାହୀ ବୋଟ୍ । ଭୋଜି ସାରି ଫେରିବା ସମୟରେ ଘଟିଥିଲା ଦୁର୍ଘଟଣା । ଡଙ୍ଗାରେ ମୋଟ୍ ୧୩ ଜଣ ଲୋକ ଥିବାର ସୂଚନା ରହିଛି । ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ସୂଚାନା ପାଇଁ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଗ୍ନିଶମ ବାହିନୀ । ସ୍ଥିନୀୟ ଲୋକେ ନିଖୋଜଙ୍କୁ ଖୋଜିବାରେ ସାହାର୍ଯ୍ୟ କରୁଛନ୍ତି । ରାତି ସମୟ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ତେବେ କେଉଁ ପରିସ୍ଥିତିରେ ଏହି ଡଙ୍ଗା ବୁଡିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଚ ହୋଇ ନାହିଁ । ସୂଚନା ଅନୁସାରେ ଡଙ୍ଗାରେ ପୁରୀ ଅଞ୍ଚଳର କିଛି ପର୍ଯ୍ୟଟକ ଭୋଜି କରିବା ପାଇଁ କାଳିଜାଈକୁଦାକୁ ଯାଇଥିଲେ ।












Click it and Unblock the Notifications