ଚିଲିକାରେ ଡଙ୍ଗା ବୁଡ଼ି ଘଟଣା: ଉଦ୍ଧାର ହେଲା ୨ ମୃତ ଦେହ
ଚିଲିକାରେ ଡଙ୍ଗା ବୁଡ଼ି ଘଟଣା: ଉଦ୍ଧାର ହେଲା ୨ ମୃତ ଦେହ, ଉଦ୍ଧାର ହେଲା ୨ ମୃତ ଦେହ
ବ୍ରହ୍ମଗିରି: ଚିଲିକା ଡଙ୍ଗା ବୁଡ଼ି ଘଟଣା । ୨ ମୃତ ଦେହ ଉଦ୍ଧାର । ୪ ଜଣ ଥାନାରେ ଅଟକ । ଗତକାଲି ସଂନ୍ଧ୍ୟାରେ ଗମ୍ଭାରୀଗାଁ ନିକଟ କାଳିଜାଈକୁଦାରେ ବୁଡ଼ିଯାଇଥିଲା ଏକ ଯାତ୍ରୀବାହୀ ବୋଟ୍ । ଭୋଜି ସାରି ଫେରିବା ସମୟରେ ଘଟିଥିଲା ଦୁର୍ଘଟଣା । ଡଙ୍ଗାରେ ମୋଟ୍ ୧୩ ଜଣ ଲୋକ ଥିବା ବେଳେ ୧୧ ଜଣଙ୍କୁ ଗତକାଲି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ମୃତକ ଦୁଇ ଜଣ ହେଲେ ପୁରୀ ତଳମାଳି ସାହିର ରାକେଶ କୁମାର ସ୍ୱାଇଁ ଓ ମାର୍କେଣ୍ତଶ୍ୱର ସାହିର ସୌମେନ୍ଦ୍ର ମହାନ୍ତି । ସୌମେନ୍ଦ୍ର ମହାନ୍ତି ଏକ ମେଡିସିନ କମ୍ପାନୀର ମ୍ୟାନେଜର ଥିବା ବେଳେ ରାକେଶ ଏକ ମେଡିସିନ୍ ଦୋକାନ ଚଳାଉଥିଲେ । ପୋଲିସ ମୃତ ଦେବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଅଟକ ଥିବା ୪ ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି ।

ସୂଚନା ଅନୁସାରେ ଡଙ୍ଗାରେ ପୁରୀ ଅଞ୍ଚଳର କିଛି ପର୍ଯ୍ୟଟକ ଭୋଜି କରିବା ପାଇଁ କାଳିଜାଈକୁଦାକୁ ଯାଇଥିଲେ । ଗତକାଲି ଭୋଜି ସାରି ଫେରିବା ସମୟରେ ମଝି ଚିଲିକାରେ ଡଙ୍ଗାଟି ଭାରସ୍ୟାମ ହରାଇ ବୁଡ଼ି ଯାଇଥିଲା । ଗତକାଲି ୧୦ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ଟିମ୍ ଓ ଗମ୍ଭାରୀ ଗାଁର ୧୦ ଡଙ୍ଗା ଉଦ୍ଧାର କାମରେ ନିୟୋଜିତ ଥିଲେ ।












Click it and Unblock the Notifications