ଡଙ୍ଗାରୁ ପଡ଼ି ଚାଳକ ନିଖୋଜ ଘଟଣା: ୫ ଜଣ ପର୍ଯ୍ୟଟକ ଉଦ୍ଧାର, ଚାଳକଙ୍କ ମିଳୁନି ପତ୍ତା
ଚିଲିକାରେ ପର୍ଯ୍ୟଟକଙ୍କ ବୋଟ୍ ଓ ଚାଳକ ନିଖୋଜ ଘଟଣା । ୫ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଚିଲିକାର ମଗରମୁଖ ନିକଟରେ ଏହି ଅଘଟଣ ଘଟିଥିଲା । ବୋଟ ଚାଳକ ମଦ୍ୟପାନ କରିଥିବାରୁ ଭାରସାମ୍ୟ ହରାଇ ପାଣି ଭିତରକୁ ଖସିପଡିଥିଲେ । ଚିଲିକାର ମଗରମୁଖ ନିକଟରେ ଏହି ଅଘଟଣ ଘଟିଥିଲା ।
ସୂଚନା ଅନୁସାରେ, ଚାଳକ ପାଣିକୁ ଖସିପଡିବା ପରେ ବୋଟ ଚିଲିକା ଭିତରେ ଚକ୍କର କାଟି ବୁଲୁଥିଲା । ଖବର ପାଇ ମତ୍ସ୍ୟଜୀବୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୫ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି । ଏବେ ଚିଲିକା ପାଣିରେ ନିଖୋଜ ହୋଇଯାଇଥିବା ବୋଟ୍ ଚାଳକଙ୍କୁ ଉଦ୍ଧାର ଉଦ୍ୟମ କରାଯାଉଛି ।

ଚାଳକ ପଡ଼ିଯିବାରୁ ଚିଲିକାରେ ଅଟକି ଥିଲା ପର୍ଯ୍ୟଟକ ଡଙ୍ଗା। ସାତପଡ଼ାରୁ ମଗରମୁଖ ଯାଉଥିବା ବେଳେ ଅଘଟଣ ଘଟିଥିଲା । ଡଲଫିନ ମୋଟର ଆସୋସିଏସନ ବଳଭଦ୍ରପୁର ଘାଟର ଟୁରିଷ୍ଟ ଡଙ୍ଗା ଚାଳକ ବିକ୍ରମକେଶରୀ ଜାଲି ନିଖୋଜ ଥିବା ସୂଚନା ମିଳିଛି । ତେବେ ଏବେ ଯାଏଁ ଚାଳକଙ୍କ ପତ୍ତା ମିଳୁନି, ସର୍ଚ୍ଚ ଅପରେସନ ଜାରି ରହିଛି ।
ତେବେ ବୋଟ୍ ଚାଳକକୁ ଖୋଜା ଚାଲିଛି । ଏ ଯାଏଁ ପତ୍ତା ମିଳିନି । ତେବେ ସେ ମଦ ପିଇ ଗାଡ଼ି ଡଙ୍ଗା ଚଳାଉ ଥିବା ବେଳେ ଏହି ଘଟଣା ଘଟିଛି ।
ମଝି ଡଙ୍ଗାରେ ଥିବା ବେଳେ ପର୍ଯ୍ୟଟକ ଭୟଭୀତ ହୋଇ ଯାଇଥିଲେ । ତେବେ ମନରେ ସାହସ ବାନ୍ଧିଥିଲେ । ଆଉ ତାଙ୍କୁ ଉଦ୍ଧାର ପରେ ସେମାନେ ସୁରକ୍ଷିତ ଅଛନ୍ତି ।












Click it and Unblock the Notifications