ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ । ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇବା ଘଟଣାରେ ତାଙ୍କୁ ଗିରଫ କରିଛି ପୋଲିସ । ହସ୍ପିଟାଲରୁ ଗିରଫ କଲା ବାଣପୁର ପୋଲିସ ।
ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ । ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇବା ଘଟଣାରେ ତାଙ୍କୁ ଗିରଫ କରିଛି ପୋଲିସ । ହସ୍ପିଟାଲରୁ ଗିରଫ କଲା ବାଣପୁର ପୋଲିସ ।

ଗିରଫ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ପ୍ରଶାନ୍ତଙ୍କୁ ଗିରଫ ପରେ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯିବ। ପରେ ତାଙ୍କୁ ବାଣପୁର କୋର୍ଟକୁ ନିଆଯିବ।
ଗତ ୧୨ ତାରିଖରେ ବାଣପୁର ବ୍ଲକ ସାମ୍ନାରେ ଉପସ୍ଥିତି ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ୨୩ ଜଣ ଲୋକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ହୋଇପଡ଼ିଥିଲା । ୯ ଜଣ ପୋଲିସ କର୍ମୀ ଆହତ ହୋଇଥିବାବେଳେ ୧୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି ।
ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ଯାହାଫରେ ସାଧାରଣ ଜନତାଙ୍କ ସମେତ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଏହା ପରେ ତାତି ଥିଲେ ସ୍ଥାନୀୟ ଲୋକେ। ବିଧାୟକଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣି ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ପ୍ରାଇଭେଟ୍ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।












Click it and Unblock the Notifications