ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ; ବୁଥ୍ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଛନ୍ତି ପ୍ରଶାନ୍ତ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ । ଜାମିନ୍ ଖାରଜ କଲେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ । ବୁଥ୍ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

ମତଦାନ ବେଳେ ଇଭିଏମ୍ ଭାଙ୍ଗିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଅନେକ ଆଇନଜୀବୀ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଛନ୍ତି ।

Prasanta Jagadev

ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ ନଂ ବୁଥରେ ଗଣ୍ଡଗୋଳ, ମାରପିଟ୍ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ପୋଲିସ । ପ୍ରଶାନ୍ତଙ୍କ ବିରୋଧରେ ୧୧୭/୨୪ରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ସହ ଅନେକ ଆକ୍ଟ ଲାଗିଛି ।

ନିକଟରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପକ୍ଷରୁ ଗୋଟିଏ ସିସିଟିଭି ଫୁଟେଜ ଜାରି ହୋଇଥିଲା । ଯେଉଁଥିରେ ଜଗଦ୍ଦେବ ଇଭିଏମ୍ ଭାଙ୍ଗିନଥିବା ଦାବି ହୋଇଥିଲା । ତେବେ ରାୟ ଆସିଲ ଏହା ଜଣାପଡ଼ିବ ।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଅପରାଧୀ ଭଳି ବ୍ୟବହାର କରିଛି ପୋଲିସ୍ । ଗିରଫ ପରେ ଥାନାରେ ତଳେ ବସାଇଥିଲା, ଖାଇବାକୁ ବି ଦେଇନଥିଲା । ଏଭଳି କିଛି ସାଂଘାତିକ ଅଭିଯୋଗ ଆଜି କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+