ଗାଡି ଚଢାଇ ମାରିଦେଲେ ଚିଲିକା ବିଧାୟକ! ନିର୍ଧୂମ ପିଟିଲେ ଲୋକେ

ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଆକ୍ରମଣର କାରଣ ମଧ୍ୟ ସେତିକି ଆଶ୍ଚର୍ଯ୍ୟ ।

ବାଲୁଗାଁ: ଚିଲିକାରୁ ଅଭାନୀୟ କାଣ୍ଡ । ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଆକ୍ରମଣର କାରଣ ମଧ୍ୟ ସେତିକି ଆଶ୍ଚର୍ଯ୍ୟ । ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବିଧାୟକ ସାଧାରଣ ଲୋକଙ୍କ ଉପରେ ଗାଡ଼ି ଚଢାଇ ଦେଇଥିବା ଅବିଯୋଗ ହୋଇଛି । ତେବେ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହାତ ଥିବା ସୂଚନା ମିଳିଛି ।

Chilika MLA

ଅନ୍ୟପଟେ ବିଧାୟକଙ୍କ ଏପରି ଅମାନୁଷିକ କାଣ୍ଡ ପରେ ଲୋକଙ୍କ ଆକ୍ରୋଷର ଶିକାର ହୋଇଛନ୍ତି ବାହୁବଳୀ ବିଧାୟକ । ଲୋକଙ୍କ ମାଡରେ ବିଧାୟକ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ବିଧାୟକଙ୍କ ମୁଣ୍ଡ ଫାଟିଥିବା ମଧ୍ୟ ସୂଚନା ରହିଛି । ଘଟଣା ସ୍ଥଳରେ ବିଧାୟକଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଛନ୍ତି ଲୋକେ ।

ତେବେ ବାଣପୁର ମେଡିକାଲରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତରଙ୍କୁ ଭୁବେନଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ବିଧାୟକ ମଦ ପିଇ ଗାଡ଼ି ଚଲାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଚିଲିକା ବିଧାୟକଙ୍କ ଏପରି ନୃଶଂସ କାଣ୍ଡକୁ ସାଧାରଣରେ ନିନ୍ଦା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+