ଚିଲିକା ମଇଁଷି କ୍ଷୀରରେ ରହିଛି ହିତକାରୀ ବ୍ୟାକ୍ଟେରିଆ, ଭଲ କରିପାରେ କର୍କଟ ରୋଗ
ଭାରତରେ ଦେଖା ଯାଉଥିବା ମଇଁଷିମାନଙ୍କ ମଧ୍ୟରୁ ଚିଲିକା କୂଳରେ ରହୁଥିବା ଓ ଚିଲିକାର ଦଳ ଓ ନଳ ଘାସ ଖାଇ ବଞ୍ଚୁଥିବା ମଇଁଷି ଅନ୍ୟ ପ୍ରଜାତିଠାରୁ ଅତ୍ୟନ୍ତ ଉନ୍ନତମାନର। ତେଣୁ ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷ
ଭୁବନେଶ୍ୱର: ଭାରତରେ ଦେଖା ଯାଉଥିବା ମଇଁଷିମାନଙ୍କ ମଧ୍ୟରୁ ଚିଲିକା କୂଳରେ ରହୁଥିବା ଓ ଚିଲିକାର ଦଳ ଓ ନଳ ଘାସ ଖାଇ ବଞ୍ଚୁଥିବା ମଇଁଷି ଅନ୍ୟ ପ୍ରଜାତିଠାରୁ ଅତ୍ୟନ୍ତ ଉନ୍ନତମାନର। ତେଣୁ ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ଚିଲିକା ମଇଁଷି ଉପରେ ଗତ ୬ ବର୍ଷ ଧରି ଗବେଷଣା କରୁଥିବା ନ୍ୟାସନାଲ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସର ଡା.ମହେଶ ଡିଗେ କହିଛନ୍ତି। ରବିବାର ଦିନ ଚିଲିକା ମଇଁଷି ଉପରେ ଗବେଷଣା କରିବାକୁ ଆସିଥିବା ବେଳେ ଡା. ଡିଗେ ଏହି ମତ ଦେଇଛନ୍ତି। ତେବେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତାର ଅଧିକ ଗବେଷଣାର ଆବଶ୍ୟକତା ରହିଛି ।
ଏନେଇ ଡଃ ମହେଶ ଡିଗେ କହିଛନ୍ତି, ଭାରତ ବର୍ଷରେ ୧୯ ପ୍ରଜାତିର ମଇଁଷି ଦେଖାଯାଉଥିବା ବେଳେ ଚିଲିକା ଅଞ୍ଚଳରେ ପାଳନ କରାଯାଉଥିବା ମଇଁଷି ବହୁତ ଉନ୍ନତ ପ୍ରଜାତିର। ଏମାନେ ସାଧାରଣତଃ ଚିଲିକା ପାଣିରେ ଥିବା ଦଳକୁ ଖାଇ ବଞ୍ଚିଥାନ୍ତି। ସେଥିପାଇଁ ସେମାନଙ୍କ କ୍ଷୀରରେ ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ ରହିଛି। ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତା'ର ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଗବେଷଣା ଲାଗି ଡଃ ମହେଶ ଡିଗେ ୨୦ରୁ ଅଧିକ ମଇଁଷିଙ୍କ କ୍ଷୀର ସଂଗ୍ରହ କରି ନେଇଛନ୍ତି।
ତେବେ ୨୦ଟି ମଇଁଷିଙ୍କ କ୍ଷୀର ସ୍ବତନ୍ତ୍ର ଭାବରେ ସଂଗ୍ରହ କରି ସେ ଗବେଷଣା କରିବାକୁ ନେଇଛନ୍ତି। ଏମିତିକି ଚିଲିକା ମଇଁଷି କ୍ଷୀରରେ କ୍ୟାନସର ଭଳି ରୋଗର ଉପଶମ କଲାଭଳି କ୍ଷମତା ରହିଥିବା ଡା.ଡିଗେ ଦାବି କରି କହିଛନ୍ତି। ଏହି ମଇଁଷି ଉପରେ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି। ଯଦି, ଏପରି କିଛି ତଥ୍ୟ ଗବେଷଣାରୁ ସାମ୍ନାକୁ ଆସେ ଏହାଦ୍ୱାରା ମଇଁଷି ଚାଷୀମାନେ ଅଧିକ ଲାଭବାନ ହେବେ।












Click it and Unblock the Notifications