ରାଜ୍ୟ ପ୍ରାଣୀଧନ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଚିଲିକା ମଇଁଷି ଚାଷୀ ସମାବେଶ

ବ୍ରହ୍ମଗିରି, ପୁରୀ ୦୭,୦୫,୨୦୨୫: ସଂପର୍କ ସଙ୍ଗଠନ ତରଫରୁ ଜିଲ୍ଲା ପ୍ରାଣୀଧନ ବିଭାଗ ଏବଂ ଚିଲିକା ମଇଁଷି ପାଳକ ସଂଘ ର ମିଳିତ ଆନୁକୂଲ୍ୟ ରେ ଚିଲିକା ମଇଁଷିମାନଙ୍କର ସଂରକ୍ଷଣ ଓ ସମ୍ବର୍ଦ୍ଧନ ଲକ୍ଷ୍ୟରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସ୍ଥିତ ଭାବକୁଣ୍ଡଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳର ମଇଁଷି ଚାଷୀମାନଙ୍କୁ ନେଇ ଏକ ଚାଷୀ ସମାବେଶ ହୋଇଯାଇଛି।

ସଂପର୍କ ର ସାଧାରଣ ସଂପାଦକ ସୌମେନ୍ଦ୍ର ଦାସଙ୍କ ସଂଯୋଜନାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାଣୀ ପାଳନ ବିଭାଗର ନିର୍ଦ୍ଦେଶକ ତଥା ଓମଫେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ମଇଁଷି ପାଳକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ମଇଁଷି ପାଳକ ମାନଙ୍କ ସହ ଆଲୋଚନା କରିବା ସହ ଚିଲିକା ମଇଁଷି କ୍ଷୀରର ଉପଯୁକ୍ତ ବଜାର ମୂଲ୍ୟ ପାଇଁ ସୋସାଇଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ OLRDS ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ହାଡିବନ୍ଧୁ ଭୋଇ ଉପସ୍ଥିତି ରହି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ।

vijay amruta kulange

ନରେଗା ଯୋଜନାରେ ମଇଁଷି ଚାଷୀ ମାନଙ୍କ ଗୁହାଳ ସହାୟତା ପାଇଁ ପ୍ରତଶୃତି ଦେଇଥିଲେ । ଓମଫେଡ ସହାୟତାରେ ବ୍ରହ୍ମଗିରି କୃଷ୍ଣପ୍ରସାଦ ଅଞ୍ଚଳର ସାତପଡ଼ା,ମାଣିକ ପାଟଣା, କୁରୁପାଳ,କୃଷ୍ଣପ୍ରସାଦ ଗଡ଼,ମାଲୁଦ, ଗମ୍ଭାରୀ ଠାରେ, ଚିଲିକା ମଇଁଷି କ୍ଷୀରକୁ ନେଇ ଦୁଗ୍ଧ ଶୀତଳିକରଣ ଭଣ୍ଡାର ଶୀଘ୍ର ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଚିଲିକା ମଇଁଷି ମାନଙ୍କର ନିୟମିତ କ୍ଷୀରର ରେକର୍ଡ଼ କରି ଅଧିକ କ୍ଷୀର ଦେଉଥିବା ମଇଁଷି ମାନଙ୍କର ସୂଚୀ ପ୍ରସ୍ତୁତ କରି ସେମାନଙ୍କୁ ସ୍ଵତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ବ୍ରିଡ୍ ସଂରକ୍ଷଣ ପାଇଁ ପୁରୁଷ ମଇଁଷି ( ପଣ୍ଡା) ବିଭିନ୍ନ ଗୋଠରେ ଅଦଳବଦଳ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଚାଷୀମାନଙ୍କର ସହାୟତା ନିମନ୍ତେ ପଞ୍ଚାୟତ ମାନଙ୍କରେ ବିଭିନ୍ନ ସରକାରୀ ଯୋଜନାରେ ପୋଖରୀ ଖନନରେ ସହାୟତା କରିବାକୁ ପ୍ରତିଶୃତି ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ସାତପଡ଼ା, ମାଣିକପାଟଣା, କୁରୁପାଳ, କୃଷ୍ଣପ୍ରସାଦଗଡ, ମାଲୁଦ, ଗମ୍ଭାରୀରେ ଚିଲିକ ମଇଁଷି କ୍ଷୀରର ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରି ଓମଫେଡ୍ ମାଧ୍ୟମରେ ବଜାରରେ ସୁଲଭ ଦରରେ ବିକ୍ରୟ କରିବାକୁ ଯୋଜନା ହୋଇଛି । ଉକ୍ତ କ୍ଷୀରରୁ ଦହି, ଖୁଆ ପ୍ରସ୍ତୁତ କରି ଉପଲବ୍ଧ କରିବାକୁ ଯୋଜନା ହୋଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ଚିଲିକା ମଇଁଷିର ସଂରକ୍ଷଣ ଏବଂ ସମ୍ବରଧନ ପାଇଁ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ ହେଉଥିବାର ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମଇଁଷି ଚାଷୀ ଉପେନ୍ଦ୍ର ଜେନା, ପିଣ୍ଟୁ ବେହେରା, ଟୁଲୁ ମାଝୀ , ପ୍ରସନ୍ନ କୁମାର ତରାଇ, କାଳୁରାମ ଖୁଣ୍ଟିଆ, ବିଚିତ୍ର ଜେନା, ବାପି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଏମ ପୁମୁଲ ତାପସ ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶରତ ଚନ୍ଦ୍ର ବେହେରା, ଡକ୍ଟର ରାଜେଶ ପାଣିଗ୍ରାହୀ, ଡକ୍ଟର ସୁଦାତା ପଟ୍ଟନାୟକ, ଡକ୍ଟର ବିଶ୍ୱଜିତ ବେହେରା, ଡାକ୍ତର ଗୁରୁ ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥିତି ଥିଲେ ।

ଚିଲିକା ମଇଁଷି ନାମକ ସ୍ବତନ୍ତ୍ର ପ୍ରଜାତିର ଦେଶୀୟ ମଇଁଷିକୁ ନେଇ ସଂପର୍କ ଅନୁଷ୍ଠାନ ତରଫରୁ ଦିଆଯାଇଥିବା ବିଭିନ୍ନ ଦାବି ଉପରେ ଓଡ଼ିଶା ଲାଇଭଷ୍ଟକ୍ ରିସର୍ଚ୍ଚ ଡେଭଲପମେଣ୍ଟ ସୋସାଇଟି (OLRDS) କିଛି ଦିନ ତଳେ ଚିଠି କରିଥିଲା।

ଚିଠିରେ ଚିଲିକା ମଇଁଷି ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯିବ ବୋଲି ଉଲ୍ଲେଖ ଥିଲା । ଚିଲିକା ମଇଁଷି ପାଇଁ ବହୁମୁଖି ଆଶ୍ରୟସ୍ଥଳ ନିର୍ମାଣ ନିମିତ୍ତ ସିପଳା, ବୁଦ୍ଧିବର, କୃଷ୍ଣପ୍ରସାଦ, ବିରିପଦର, ଅଁଳାକୁଦା, , ବଡବେଣାକୁଦି , ସିଆରା, ଗମ୍ଭାରୀ, ବାଙ୍କିଜଳ ଏବଂ ବାଘମୁଣ୍ଡା ଭଳି ଦଶଟି ସ୍ଥାନକୁ ଚୟନ କରାଯାଇଛି।

ସେହିପରି ଗୋ ସମ୍ପଦା ବୀମା ଯୋଜନା ଏବଂ ଜାତୀୟ ପଶୁପାଳନ ମିଶନ ଅଧୀନରେ ଚାଷୀମାନେ ସେମାନଙ୍କର ମଇଁଷିଗୁଡ଼ିକୁ ବୀମା କରିବାର ସୁବିଧା ପାଇପାରିବେ ଯେଉଁଠାରେ ଚାଷୀ, ବିମାଦେୟ ପରିମାଣର କେବଳ 15% ବହନ କରିବେ ଏବଂ ବାକି 85% ବିମାଦେୟ ସରକାର ପ୍ରଦାନ କରିବେ। ଚିଲିକା ମଇଁଷିର ମୃତ୍ୟୁ ପରେ ଚାଷୀ ବୀମା କମ୍ପାନୀଠାରୁ କ୍ଷତିପୂରଣ ଦାବି କରିପାରିବେ।

ତେବେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗରେ ଚିଲିକା ମଇଁଷି ପାଳନକୁ ସାମିଲ୍ କଲେ ଅଧିକରୁ ଅଧିକ ଯୁବପିଢି ଚିଲିକା ମଇଁଷି ପାଳନ କରିବାକୁ ଆଗ୍ରହୀ ହେବେ ଏବଂ ଚିଲିକା ମଇଁଷିର ସଂରକ୍ଷଣ ଓ ସମ୍ବର୍ଦ୍ଧନ ହୋଇପାରିବ ବୋଲି ସଂପର୍କ ଅନୁଷ୍ଠାନ ତରଫରୁ ଦାବି ରଖାଯାଇଛି ।

ଚିଲିକା ମଇଁଷି ଏକ ସ୍ଵତନ୍ତ୍ର ପ୍ରଜାତିର ଦେଶୀୟ ମଇଁଷି । ଏହି ଦେଶୀୟ ପ୍ରଜାତି ଚିଲିକା ହ୍ରଦ ଚାରିପାଖର ଲୁଣିଆ ଏବଂ ମଧୁର ଜଳାଭୂମି ଉଭୟ ସହିତ ଖାପ ଖୁଆଇ ବଢିଥାଆନ୍ତି। ଚିଲିକା ମଇଁଷି କ୍ଷୀରରେ ଓମେଗା-3 ଫ୍ୟାଟି ଏସିଡ, ଭିଟାମିନ , ସ୍ନେହସାର ପ୍ରଚୁର ପରିମାଣରେ ଅଛି । ଏହା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ଅତ୍ୟଧିକ କ୍ଷମତା ରଖେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+