ଇଭିଏମ ଭାଙ୍ଗି ଥାନାରେ ଅଟକ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ପୁଣି ଅଡ଼ୁଆରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଦାଦାଗିରି ଦେଖିବାକୁ ମିଳିଛି। ବୋଲଗଡ଼ ବ୍ଲକର ଏକ ବୁ୍‌ଥ୍‌ରେ ପଶି ଇଭିଏମ୍‌ ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଏମ୍‌ପି ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ଫେରାର ହୋଇ ଯାଉଥିବା ବେଳେ ସଦର ଏସ୍‌ଡିପିଓ ଦିଲ୍ଲୀପ ଦାସ ପହଞ୍ଚି ତାଙ୍କୁ ଧରି ବୋଲଗଡ ଥାନାରେ ଅଟକ ରଖିଛନ୍ତି।

Prashant Jagaddev

ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଭୋଟିଂ ସମୟରେ ଇଭିଏମ୍‌ ଭାଙ୍ଗିଛନ୍ତି। ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ହିଂସାକାଣ୍ଡ ପରେ ଅପରାଜିତାଙ୍କ ଗାଡ଼ିରେ ବସି ଫେରାର ହୋଇଯାଇଥିଲେ, ଅଧା ବାଟରେ ପୋଲିସ ମାଡ଼ି ବସିଥିଲା।

ଦୁଇଦିନ ତଳେ ଧମକ ଦେଇଥିଲେ ପ୍ରଶାନ୍ତ। ବେଗୁନିଆ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମତଦାନ ଚାଲିଥିବା ବେଳେ ବୁଥ୍‌ ଭିତରକୁ ପଶି ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରଙ୍କୁ ଗାଳିଗୁଲଜ, ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+