୯ ମାସର ଛୁଆକୁ ଗାଡ଼ି ଆଗକୁ ଫିଙ୍ଗିଦେଇ ମା' ର ଆତ୍ମହତ୍ୟା ଉଦ୍ୟମ
ବିଳମ୍ବିତ ରାତିରେ ଚାରିଘରିଆ ନିକଟ ମୁଣ୍ଡାସାହି ରାସ୍ତାରେ ଜଣେ ମହିଳା ସ୍ୱାମୀଙ୍କ ସହ ଝଗଡା କରି ଛୁଆକୁ ଗାଡ଼ି ଆଗକୁ ଫିଙ୍ଗି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଆ ଓ ଛୁଆଙ୍କ ଜୀବନ ବଞ୍ଚିଯାଇଛି ।
ଭଦ୍ରକ: ନିର୍ଯ୍ୟାତିତ ମାଆର ଦୁଃଖ ଭରା କୋହ । ଏ ଦୁଃଖ ଆଗରେ ଶେଷରେ ହାରିଗଲା ମାଆର ମମତା । ସ୍ୱାମୀର ଅତ୍ୟାଚାରରେ ନିରୁପାୟ ହୋଇପଡିଥିବା ମା ଶେଷରେ ଗାଡ଼ି ଆଗକୁ ଫିଙ୍ଗିଦେଲା ତାର କଅଁଳ ଛୁଆକୁ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।
ସୂଚନାଅନୁଯାଇ, ବିଳମ୍ବିତ ରାତିରେ ଚାରିଘରିଆ ନିକଟ ମୁଣ୍ଡାସାହି ରାସ୍ତାରେ ଜଣେ ମହିଳା ସ୍ୱାମୀଙ୍କ ସହ ଝଗଡା କରି ଛୁଆକୁ ଗାଡ଼ି ଆଗକୁ ଫିଙ୍ଗି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଆ ଓ ଛୁଆଙ୍କ ଜୀବନ ବଞ୍ଚିଯାଇଛି ।

ତେବେ ଘଟଣାକ୍ରମ ଏମିତି ଯେ, ଜୈନିକ ମହିଳା ଜଣଙ୍କ ସ୍ୱାମୀ ପ୍ରଥମ ବିବାହ କରିଥିଲେ । ପିଲାଛୁଆ ବି ଥିଲା । ହେଲେ ଯୌନ ଲୋଭରେ ପୁଣି ଥରେ ସେ ଆଉ ଏକ ବିବାହ କରି ଦ୍ଵିତୀୟ ସ୍ତ୍ରୀକୁ ଭଡ଼ା ଘରେ ରଖିଥିଲେ । ଦ୍ୱିତୀୟ ସ୍ତ୍ରୀର ଛୁଆ ହେବା ପରେ ଆଉ ପଚାରି ନଥିଲେ । ଏହାକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ମହିଳା ଜଣଙ୍କ ଭାଙ୍ଗିପଡ଼ି ୯ ମାସର ଛୁଆକୁ ଗାଡ଼ି ଆଗକୁ ଫିଙ୍ଗି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲେକ ଉଦ୍ଧାର କରିଛନ୍ତି ।
ଛୁଆକୁ ଗାଡ଼ି ଆଗକୁ ଫିଙ୍ଗିବା ବେଳେ ଟ୍ରକ୍ ଚାଳକ ଗାଡ଼ି ଅଟକାଇ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ପରେ ମାଆ ଓ ଛୁଆଙ୍କୁ ନେଇ ମେଡିକାଲରେ ଚିକିତ୍ସିତ କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଥାନାକୁ ନେଇ ଆପୋଷ ବୁଝାମଣା ପରେ ଛାଡ଼ିଥିବା ଜଣାପଡ଼ିଛି ।












Click it and Unblock the Notifications