Get Updates
Get notified of breaking news, exclusive insights, and must-see stories!

ରାଜ୍ୟର ୧୨ ଜିଲ୍ଲାରେ ବାଲ୍ୟ ବିବାହ ହାର ଅଧିକ

ବିଧାନସଭାରୁ ଆସିଲା ବାଲ୍ୟ ବିବାହର ସାଂଘାତିକ ତଥ୍ୟ। ରାଜ୍ୟର ୧୨ଜିଲ୍ଲାରେ ବାଲ୍ୟ ବିବାହ ଜାତୀୟ ହାର ତୁଳନାରେ ଅଧିକ । ବିଧାନସଭାରେ ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ତଥ୍ୟ ଚିନ୍ତା ବଢ଼ାଇ ଦେଇଛି । ରାଜ୍ୟର ୧୨ ଜିଲ୍ଲା ବାଲ୍ୟ ବିବାହ ହାରରେ ଦେଶକୁ ପଛରେ ପକାଇଛନ୍ତି ।

Child marriage

ନବରଙ୍ଗପୁରରେ ସର୍ବାଧିକ ୩୯.୪%, ନୟାଗଡରେ ୩୫.୭%, କୋରାପୁଟରେ ୩୫.୫%, ରାୟଗଡାରେ ୩୩.୨%, ମାଲକାନଗିରିରେ ୩୨.୪%, ମୟୁରଭଞ୍ଜରେ ୩୧.୩%, କେନ୍ଦୁଝରରେ ୨୯%, ଗଜପତିରେ ୨୮.୧%, ବାଲେଶ୍ୱରରେ ୨୬.୪%, ବୌଦ୍ଧରେ ୨୫.୩%, ଅନୁଗୁଳରେ ୨୫% ହାରରେ ବାଲ୍ୟ ବିବାହ ରେକର୍ଡ କରାଯାଇଛି। ତେବେ ଜାତୀୟ ହାର ୨୩.୩% ରହିଥିବାବେଳେ ଓଡ଼ିଶାରେ ୨୦.୫% ରହିଛି ।

ଯଦିଓ ଦେଶର ମୋଟ ହାରରେ ଓଡ଼ିଶା କିଛି ମାତ୍ରାରେ କମ୍‌ କିନ୍ତୁ କିଛି ଜିଲ୍ଲାରେ ସ୍ଥିତି ଅନେକ କଥା କହୁଛି। ତେବେ ଲିଖିତ ଉତ୍ତରରେ ବାଲ୍ୟ ବିବାହର ୫ଟି କାରଣ ଦର୍ଶାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସମାଜିକ ପ୍ରଥା ଓ ପାରମ୍ପରିକ ଧାରଣା, ଲିଙ୍ଗଭିତ୍ତିକ ବିଷମତା, ଦାରିଦ୍ୟ, ସାମାଜିକ ଅସୁରକ୍ଷା ଏବଂ କିଶୋରୀମାନଙ୍କ ଶିକ୍ଷାର ଅଭାବ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+