ଚିକିଟି ବିଷାକ୍ତ ମଦମୃତ୍ୟୁ ମାମଲା : ଆଖି ବୁଜିଲେ ଆଉ ଜଣେ
ଚିକିଟି: ଗଞ୍ଜାମ ଜିଲା ଚିକିଟି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଆଖି ବୁଜିଲେ ଆଉ ଜଣେ ଅସୁସ୍ଥ। ମୃତକ ଜଣକ କାରବାଲୁଆ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ଫଳରେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ମୃତକ ହେଲେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ କରବାଲୁଆ ଗ୍ରାମର ବାୟା ସେଠୀ। ସେ ଦୀର୍ଘ ଦିନ ଧରି ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ।
ରବିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ଚିକିଟିରେ ଶୋକର ଛାୟା ଖେଳି ଯାଇଛି। ବର୍ତ୍ତମାନ ସୁଦ୍ଧା ଚିକିଟି ମଦ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ୩ଜଣ ବ୍ରହ୍ମପୁରସ୍ଥିତ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ପୂର୍ବରୁ ଗତ ୨୦ତାରିଖରେ ଜେନାପୁର ଗ୍ରାମର ର୍ଯୁ ବେହେରା, ୨୧ ତାରିଖରେ ଲୋକନାଥ ବେହେରା ଏବଂ ୩୦ତାରିଖରେ ଲକ୍ଷ୍ମଣ ବେହେରାଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ଯୋଗ୍ୟ ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ମୃତ୍ୟୁକୁ ନେଇ ରାଜନୀତି ମଧ୍ୟ ଯୋର ଧରିଛି। ସ୍ଥାନୀୟ ବିଜେଡି ଓ ଭାଜପା ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଚିକିଟି ବ୍ଲକ ଅନ୍ତର୍ଗତ ମାଉଁଦପୂର ଗ୍ରାମରେ ଅଗଷ୍ଟ ୧୯ ତାରିଖରେ ବିଷାକ୍ତ ମଦ ପିଇ ୨୩ଜଣ ଲୋକ ଗୁରୁତର ହୋଇପଡିଥିଳେ। ଉକ୍ତ ଘଟଣାରେ ଆଜି ସୁଦ୍ଧା କେ ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୬ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।












Click it and Unblock the Notifications