ସିଡ଼ିପିଓ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ, ଆବଶ୍ୟକତା ଦେଖି ପ୍ରସ୍ତାବ ଦିଅନ୍ତୁ
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୁଧବାର ଆହୂତ ସିଡିପିଓଙ୍କ ସମ୍ମିଳନୀରେ ଯୋଗ ଦେଇ କିଛି ପରାମର୍ଶ ଦେଇଛନ୍ତି। ସଚିବ କହିଛନ୍ତି, ଗ୍ରାଉଣ୍ଡରେ ଅଧିକାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ ରହୁଛି। ସବୁ ବିଭାଗ ସହ ସମନ୍ବୟ ରକ୍ଷା କରି ଗ୍ରାଉଣ୍ଡରେ କାମ କରିବା ଉଚିତ।

ଗ୍ରାଉଣ୍ଡରେ ସମସ୍ୟା ରହୁଛି, କିନ୍ତୁ ଜାଣିଶୁଣି ଅଣ୍ଡର ରିପୋର୍ଟିଂ କରାଯାଉଛି ବୋଲି ସଚିବ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗ୍ରାଉଣ୍ଡରେ ଯାହା କିଛି ସମସ୍ୟା ଅଛି ତାକୁ ଆମ ଦୃଷ୍ଟିଗୋଚରକୁ ଆଣନ୍ତୁ। ସେ ସମ୍ପର୍କରେ ସଠିକ୍ ରିପୋର୍ଟିଂ କରନ୍ତୁ। ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ସଶକ୍ତ କରିବାର ଅଛି। ତେଣୁ ଯାହା ଆବଶ୍ୟକତା ରହୁଛି ପ୍ରସ୍ତାବ ଦିଅନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଆହ୍ବାନ ଦେଇଛନ୍ତି।












Click it and Unblock the Notifications