ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଜିଲ୍ଲା ଗସ୍ତ , ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
ମୁଖ୍ୟ ଶାସନ ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବଲପୁର ଜିଲ୍ଲା ଗସ୍ତ କରି କଟକ-ସମ୍ବଲପୁର ଜାତୀୟ ରାଜପଥରେ ଚାରି ଲେନ ବିଶିଷ୍ଟ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଜାତୀୟ ରାଜପଥ-୫୫ର କଟକ-ସମ୍ବଲପୁର ରାଜପଥର କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । କଟକ-ସମ୍ବଲପୁର ରାଜପଥର ୩ ପର୍ଯ୍ୟାୟ ତଥା କଟକ-ଅନୁଗୋଳ-୧, କଟକ-ଅନୁଗୋଳ-୨, ଅନୁଗୋଳ-ସମ୍ବଲପୁର-୩ର କାର୍ଯ୍ୟ ଦୀର୍ଘ ଦିନ ହେଲା ପଡି ରହିଥିବାରୁ ଯାତାୟତରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣା ହେଉଥିବାରୁ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି ।


ଏହି ସମୀକ୍ଷା ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡଃ ସୁରେଶ ଚନ୍ଦ୍ର ଦଳାଇ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଆରକ୍ଷ ଅଧିକ୍ଷକ ବି.ଗଙ୍ଗାଧର, ଜାତୀୟ ରାଜପଥ ସମ୍ବଲପୁର ଶାଖା ପ୍ରକଳ୍ପ ନିର୍ଦ୍ଦେଶକ କେ.ନାଗେଶ୍ୱର ରାଓ, ସି.ଜି.ଏମ. ଡ଼ଃ ରାମପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications