For Quick Alerts
Turn On Notification  
For Daily Alerts
Oneindia App Download

ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ମୁଖ୍ୟ ଶାସନ ସଚିବ,ନିର୍ମାଣଧୀନ ହକି ଷ୍ଟାଡିୟମର କରିବେ ଅନୁଧ୍ୟାନ

ସୁନ୍ଦରଗଡରେ ଜାରି ରହିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ବିଭିନ୍ନ ପ୍ରକଳ୍ପର ସୀମାକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତର ଆଜି ଦ୍ୱିତୀୟ ଦିନ। ରାଉରକେଲା ସ୍ମାର୍ଟ ସିଟି ପଷରୁ ହେଉଥିବା ବିଭିନ୍ନ ଉନ୍ନତିମୂଳକ କାର୍

|

ରାଉରକେଲା: ସୁନ୍ଦରଗଡରେ ଜାରି ରହିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ବିଭିନ୍ନ ପ୍ରକଳ୍ପର ସୀମାକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତର ଆଜି ଦ୍ୱିତୀୟ ଦିନ। ରାଉରକେଲା ସ୍ମାର୍ଟ ସିଟି ପଷରୁ ହେଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବେ ସୁରେଶ ମହାପାତ୍ର । ନିର୍ମାଣାଧୀନ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିବେ ମୁଖ୍ୟ ଶାସନ ସଚିବ ।

Chief secretary

ଶୁକ୍ରବାର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ସୁରେଶ ଚନ୍ଦ୍ର ମହାପାତ୍ର । ଇବ୍ ନଦୀରେ ଦୁଇଟି ବ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ସରିଥିବା ବେଳେ ଖୁବଶୀଘ୍ର ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହା ସହ ସୁନ୍ଦରଗଡ଼ ମେଡିକାଲ କଲେଜ ଚଳିତ ବର୍ଷ କାର୍ଯ୍ୟକ୍ଷମ ହେବ। । ମେଡିକାଲ କଲେଜରେ ପ୍ରିନସିପାଲ, ସୁପରିଣ୍ଟେଣ୍ଡେଣ୍ଟ, ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ସରିଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବ ସୁନ୍ଦରଗଡରେ ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି ।

ଜିଲ୍ଲାରେ ସଡ଼କ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ କରାଯାଇଥିବା ସମନ୍ୱିତ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାର ମୁଖ୍ୟ ଶାସନ ସଚିବ ଅନୁଧ୍ୟାନ କରିଛନ୍ତି । ଏହି ବ୍ୟବସ୍ଥା ରାସ୍ତାରେ ଅପରାଧ ଓ ଦୁର୍ଘଟଣା ଆଦି ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି । ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ 10 ନମ୍ବର ରାଜ୍ୟ ରାଜପଥର ଭସ୍ମା ଛକରୁ ବେଦବ୍ୟାସ ଏବଂ 143 ନମ୍ବର ଜାତୀୟ ରାଜପଥର ବେଦବ୍ୟାସ ଛକରୁ ବୀରମିତ୍ରପୁର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜା ଯାଇଛି । ସୁନ୍ଦରଗଡ଼ରେ ଥିବା କଣ୍ଟ୍ରୋଲ ରୁମ୍ ଓ କମାଣ୍ଡ ସେଣ୍ଟର ବସି ଏସବୁ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ପଦକ୍ଷେପ ପାଇଁ ସେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief secretary two days visit to sundargarh . He reviews some development works in the district.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X