ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ୍, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ
ଭୀମସାରରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ। ଭୀମସାରର ନବନିର୍ମିତ ମେଡିସିନ ୱାର୍ଡରେ ଏହି ହସ୍ପିଟାଲ ଖୋଲାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।
ସମ୍ୱଲପୁର: ସମ୍ୱଲପୁର ଭୀମସାରରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଭୀମସାରରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ। ଭୀମସାରର ନବନିର୍ମିତ ମେଡିସିନ ୱାର୍ଡରେ ଏହି ହସ୍ପିଟାଲ ଖୋଲାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।

ପୂର୍ବରୁ ଭୀମସାରରେ ୧୨୦ ବ୍ଲାଡେଡ କୋଭିଡ ହସ୍ପିଟାଲ କାର୍ଯ୍ୟକରୁଥିବା ବେଳେ ଏଥିରେ ୧୦୫ଟି ବ୍ଲାଡ ବୃଦ୍ଧି ହୋଇ ୨୨୫ରେ ପହଂଚିଛି । ଏଥିରୁ ୫୦ଟି ଆଇସିୟୁ ଓ ୧୭୫ଟି ସାଧାରଣ ବ୍ଲାଡ ରହିବ । ତେବେ ୧୦ ଦିନ ଭିତରରେ ଭୀମସାରରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ ହୋଇଯିବ ଶ୍ରୀ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି, ଭୀମସାରରେ ପୂର୍ବର ଥିବା କୋଭିଡ୍ ହସ୍ପିଟାଲର ଆଇସିୟୁରେ ୨୦ଟି ବେଡ୍ ରହିଛି। ଏବେ ଆଇସିୟୁରେ ଆଉ ୩୦ଟି ବେଡ୍ର ବ୍ୟବସ୍ଥା କରାଯିବ। ସେହିପରି ଏଠାରେ ୧୭୫ଟି ସାଧାରଣ ବେଡ୍ ରହିଛି। କେବଳ ଭୀମସାରରେ ୫୨୫ଟି ବେଡ୍ ପ୍ରସ୍ତୁତ ରଖିବାକୁ ଆମେ ଚେଷ୍ଟା କରୁଛୁ।












Click it and Unblock the Notifications