ମୁଖ୍ୟ ଶାସନ ସଚିବଙ୍କର ଝାରସୁଗୁଡ଼ା ଗସ୍ତ
ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଝାରସୁଗୁଡ଼ା ଗସ୍ତ କରି ସେଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି।
ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଝାରସୁଗୁଡ଼ା ଗସ୍ତ କରି ସେଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ଜିଲ୍ଲାର 50 ପ୍ରତିଶତ ପରିବାରଙ୍କୁ ପାଇପ୍ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଝାରସୁଗୁଡ଼ାଠାରେ ହୃଦରୋଗ ହସ୍ପିଟାଲ୍, ଏଚ୍.କଟାପାଲିରେ ଜଳ ବିଶୋଧନ ପ୍ଲାଟ୍, ବାଂଝୀବୋରାରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଏବଂ ବନ୍ହରପାଲିରେ ଓ.ପି.ଜି.ସି. ପାୱାର ପ୍ଲାଣ୍ଟ୍ ଆଦିର କ୍ଷେତ୍ର ପରିଦର୍ଶନ କଲେ ସୁରେଶ ଚନ୍ଦ୍ର ମହାପାତ୍ର । ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ଓ.ସି.ପି.ଏଲ୍. ପ୍ଲାଣ୍ଟ୍ ପ୍ରଦର୍ଶନ ଏବଂ ନବନିର୍ମିତ ସମନ୍ୱୟ ଭବନର ଉଦଘାଟନ ମଧ୍ୟ କରିଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ଗସ୍ତକାଳରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ସୁନ୍ଦରଗଡ଼ ଜିଲ୍ଲାପାଳ ଗାଭାଲ ହର୍ଷଦ ପରାଗ୍, ଝାରସୁଗୁଡ଼ା ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ତପିରାମ ମାଝୀଙ୍କ ସମେତ ସଂପୃକ୍ତ ବିଭାଗ ଓ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ ।












Click it and Unblock the Notifications