ମୁଖ୍ୟ ଶାସନ ସଚିବଙ୍କ ପୁରୀ ଗସ୍ତ, ସ୍ଵର୍ଗଦ୍ଵାର ଉନ୍ନୟନ କାମ ଶୀଘ୍ର ସାରିବାକୁ ନିର୍ଦେଶ
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର କ୍ଷେତ୍ର ପରିଦର୍ଶନ କରିବା ସହ ଅଗ୍ରଗତି ସମୀକ୍ଷା କରିଛନ୍ତି। କରୋନା କଟକଣା କୋହଳ ହେବା ପରେ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ନିମନ୍ତେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ନିଆଯାଇଥିବା ଆବଶ୍ୟକୀୟ ପଦକ୍ଷେପନ୍ତ ଶ୍ରୀମନ୍ଦିର ମଧ୍ୟରେ ଥିବା ଜୟ ବିଜୟ ଦ୍ଵାର, ବେହେରଣ ଦ୍ଵାର, ଭୋଗ ମଣ୍ଡପର ପଶ୍ଚିମଦ୍ଵାର ଏବଂ ସାତପାହାଚ ଠାରେ ନୂତନ ଭାବେ ଲାଗିଥିବା ରୂପା କବାଟନ୍ତଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଆଦିର କ୍ଷେତ୍ର ସ୍ତରୀୟସମୀକ୍ଷା କରିଥିଲେ । ଏଥିସହ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀସ୍ଥଳ ଓ ପୁରୁଣା ଜେଲ ରୋଡରେ ବହୁତଳ ପାର୍କିଂ ନିର୍ମାଣ ଅଗ୍ରଗତିର ସମୀକ୍ଷା କରି ଏହାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ଗସ୍ତ କାଳରେ ଶ୍ରୀ ମହାପାତ୍ର ସ୍ଵର୍ଗଦ୍ଵାର ପରିଦର୍ଶନ କରି ଶବଦାହ ପିଣ୍ଡି, ପ୍ରଶାସନିକ ବ୍ଲକ, ପ୍ରତୀକ୍ଷାଳୟ ଓ ପଥଶ୍ରାଦ୍ଧ ଗୃହ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସ୍ଵର୍ଗଦ୍ଵାର ସୌନ୍ଦର୍ଯ୍ୟକରଣ ସହ ଶବ ସତ୍କାର ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପେଷାଦାର ସେବା ପ୍ରଦାନ ଏବଂ ଅନ୍ତୋଷ୍ଟି କ୍ରିୟାରେ ସାମିଲ ବନ୍ଧୁ ପରିଜନ ଯେପରି ଉତ୍ତମ ଅନୁଭୂତି ନେଇ ଫେରିବେସେବିଷୟରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀ ମହାପାତ୍ର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ପାଇଁ ମଧ୍ୟ ସେ ସମୟ ନିର୍ଘଣ୍ଟ କରିଥିଲେ ।ପରେପରେମୁଖ୍ୟ ଶାସନ ସଚିବ ନୂତନ ଭାବେ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରେ ଯୋଗ ଦେଇଥିଲେ ।
ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଓଡିଶା ସେତୁ ନିର୍ମାଣ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସମୀକ୍ଷା ନିମନ୍ତେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।












Click it and Unblock the Notifications