ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡେଙ୍ଗୁରେ ପୀଡ଼ିତ । ଡେଙ୍ଗୁରେ ପୀଡ଼ିତ ମୁଖ୍ୟ ସଚିବ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସୂଚନା ମିଳିଛି ।
ସାରା ରାଜ୍ୟରେ ଡେଙ୍ଗୁର ପ୍ରକୋପ ଜାରି ରହିଛି । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଓ କଟକରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଡେଙ୍ଗୁ ରୋକିବାକୁ ବିଏମ୍ସି ପକ୍ଷରୁ ଜାରି ରହିଛି ପ୍ରୟାସ । ତଥାପି ଲୋକେ ଡେଙ୍ଗୁ କବଳରେ ଶିକାର ହେଉଛନ୍ତି ।
ତେବେ ଏହାରି ଭିତରେ ଡେଙ୍ଗୁ ରୋଗରେ ପୀଡ଼ିତ ହୋଇଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରଦୀପ କୁମାର ଜେନା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ଡେଙ୍ଗୁର ପୀଡ଼ିତ ହୋଇଛନ୍ତି । ସେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଦିନେ ଦୁଇ ଦିନ ରହିବେ ପ୍ରଦୀପ ଜେନା । ଧିରେ ଧିରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ଼ାକ୍ତର ଏଲ୍ ଡି.ସାହୁ ସୂଚନା ଦେଇଛନ୍ତି ।
ସେପଟେ କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ଗହଳିକୁ ଏଡ଼ାଇବାକୁ ପଟିଆ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଓ ଆଇଆରସି ଭିଲେଜ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ରେ ଡେଙ୍ଗୁ ଟେଷ୍ଟିଂ ବ୍ୟବସ୍ଥା ହୋଇଛି । ଏଥିସହ ଭୁବନେଶ୍ୱରର ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଡେଙ୍ଗୁ ୱାର୍ଡ ଖୋଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି।
ହସ୍ପିଟାଲ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ବିଡ଼ିଏ ଭାଇସ ଚେୟାରମ୍ୟାନ ବଲଓ୍ୱନ୍ତ ସିଂ ଓ ଖୋର୍ଦ୍ଧା ଜିଲ୍ଲାପାଳ ।












Click it and Unblock the Notifications