For Quick Alerts
For Daily Alerts
ରାଜଧାନୀରେ ମିଳିବ ମୋ ଖତ’
ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱରରେ ମିଳିବମୋ ଖତ' । ଜୈବିକ ସାର 'ମୋ ଖତ' ବିକ୍ରୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଭୁବନେଶ୍ବର ମହାମଗର ନିଗମ(ବିଏମସି)ର ପରିମଳରୁ 'ମୋ ଖତ' ପ୍ରସ୍ତୁତ ହେଉଛି । ଭୁବନେଶ୍ବରର ୮ଟି ଏମସିସିରୁ ବାହାରୁଛି ଜୈବିକ ସାର । ୫ କିଲୋଗ୍ରାମ ପାଇଁ ୧୨୫ ଟଙ୍କା ଦର ଧାର୍ଯ୍ୟ କରିଛି ବିଏମ୍ସି । ସେହିପରି 20 କେଜି ପାଇଁ 445 ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ଲାଇନ୍ରେ ବି ଖତ ମିଳିବ ବୋଲି ସୂଚନା ଦିଆଯାଇଛି । 781-504-2331 ନମ୍ବରରେ ଫୋନ କଲେ ଘରେ ପହଁଚିଯିବ ଏହି ଖତ ।
English summary
Chief Secretary Inagurte 'Mo Khata' Progrram
Story first published: Friday, January 8, 2021, 13:59 [IST]