ବନାୟନ ମାଧ୍ୟମରେ ଜୀବିକା ନିର୍ବାହ ପନ୍ଥା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ବନାୟନ ମାଧ୍ୟମରେ ଜିବୀକା ନିର୍ବାହ ପନ୍ଥା ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଓଡ଼ିଶା ଜଙ୍ଗଲ ବିକାଶ ସମିତିର ଉଚ୍ଚସ୍ତରୀୟ କ୍ଷମତା ପ୍ରାପ୍ତ ବୈଠକରେ ଅଧ୍ୟକ୍

ଭୁବନେଶ୍ୱର: ବନାୟନ ମାଧ୍ୟମରେ ଜିବୀକା ନିର୍ବାହ ପନ୍ଥା ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଓଡ଼ିଶା ଜଙ୍ଗଲ ବିକାଶ ସମିତିର ଉଚ୍ଚସ୍ତରୀୟ କ୍ଷମତା ପ୍ରାପ୍ତ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଭାରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବନାୟନ ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ଏବଂ ପ୍ରକଳ୍ପ ନିର୍ଦ୍ଦେଶ ମୀତା ବିଶ୍ୱାଳ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

Chief Secretary

ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଓଡ଼ିଶା ଜଙ୍ଗଲ ବିକାଶ ସମିତି ମାଧ୍ୟମରେ ବର୍ତ୍ତମାନ ରାଜ୍ୟରେ ମୁଖ୍ୟତଃ ତିନିଟି ବନାୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେଗୁଡ଼ିକ ହେଲା ରାଜ୍ୟ ସରକାରଙ୍କ ଆମ ଜଙ୍ଗଲ ଯୋଜନା, ଜାଇକା ଏବଂ ରାଜ୍ୟ ସରକାରଙ୍କ ମିଳିତ ପାଣ୍ଠିରେ ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ଏବଂ ଓମ୍ବାଡ୍ସି ପାଣ୍ଠିରେ ଜଙ୍ଗଲ ନିକଟବର୍ତ୍ତୀ ଅଂଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ବ୍ୟାପକ ଜୀବିକା ନିର୍ବାହ ପନ୍ଥା ସୃଷ୍ଟି କାର୍ଯ୍ୟକ୍ରମ ।

ବିଭିନ୍ନ ଜଙ୍ଗଲ ଖଣ୍ଡରେ ଚାଲିଥିବା ଏସବୁ କାର୍ଯ୍ୟକ୍ରମ ସମୀକ୍ଷାକରି ବନାୟନ ମାଧ୍ୟମରେ ଅଧିକରୁ ଅଧିକ ଆୟ ପନ୍ଥା ସୃଷ୍ଟି କରିବା, ଲଘୁ ଜଙ୍ଗଲଜାତ ଦ୍ରବ୍ୟ ଏବଂ ଜଙ୍ଗଲ ନିକଟ ଗ୍ରାମର କୃଷିଜାତ ଦ୍ରବ୍ୟ ଆଦିର ପ୍ରକ୍ରିୟାକରଣ ଏବଂ ଉପଯୁକ୍ତ ମୂଲ୍ୟରେ ସେଗୁଡ଼ିକର ବିପଣୀ ଆଦି ମାଧ୍ୟମରେ ଲୋକମାନଙ୍କ ପାଇଁ ଅଧିକ ରୋଜଗାର ଉପଲବ୍ଧ କରାଇବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏସବୁ କାମରେ ବିଭିନ୍ନ ବିଭାଗମାନେ ନିଜଆଡୁ ଓଡ଼ିଶା ଜଙ୍ଗଲ ବିକାଶ ସମିତି ସହ ସମନ୍ୱିତ ହୋଇ କାର୍ଯ୍ୟକରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ଜଙ୍ଗଲ ଓ ଜଙ୍ଗଲ ନିକଟବର୍ତ୍ତୀ ସ୍ଥାନରେ ବାସ କରୁଥିବା ପରିବାରମାନେ ସାଧାରଣତଃ ଗରିବ ଶ୍ରେଣୀର । ତେଣୁ ସେମାନଙ୍କର ଜୀବିକା ଉପାୟ ବୃଦ୍ଧି ନିମନ୍ତେ ସବୁ ବିଭାଗମାନେ କ୍ଷେତ୍ରସ୍ତରୀୟ ସମନ୍ୱୟରଖି କାର୍ଯ୍ୟ କରିବା ଆବଶ୍ୟକ ।

ବୈଠକରେ ୨୦୨୨-୨୩ ବର୍ଷ ନିମନ୍ତେ ଉପରୋକ୍ତ ତିନିଟି ଯୋଜନାର ବାର୍ଷିକ କାର୍ଯ୍ୟ ଯୋଜନା ଅନୁମୋଦିତ ହୋଇଥିଲା । ଆମ ଜଙ୍ଗଲ ଯୋଜନା ପାଇଁ ପ୍ରାୟ ୫୮୨୪ ଲକ୍ଷ, ଏବଂ ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ପାଇଁ ୧୩୨୦୧ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନାକୁ ମୁଖ୍ୟ ଶାସନ ସଚିବ ଅନୁମୋଦନ ଦେଇଥିଲେ । ଏହାଛଡା ଜୀବିକା ବୃଦ୍ଧି ନିମନ୍ତେ ଓମ୍ବାଡ଼୍ସିରୁ ବରାଦ ହୋଇଥିବା ୪୩୪୩ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନା ମଧ୍ୟ ଅନୁମୋଦିତ ହୋଇଥିଲା ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ୧୦ ଜିଲ୍ଲା ଅନ୍ତର୍ଗତ ୧୨ ଟି ବନଖଣ୍ଡ ଏବଂ ୨ ଟି ବନ୍ୟଜନ୍ତୁ ଜଙ୍ଗଲ ଡ଼ିଭିଜନରେ କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ସୁଦ୍ଧା ୧୨୧୧ ବନ ସୁରକ୍ଷା ସମିତି କ୍ଷେତ୍ରସ୍ତରରେ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ବୃଦ୍ଧି ଆଦି କାର୍ଯ୍ୟରେ ସକ୍ରିୟଭାବେ ସାମିଲ ହୋଇଛନ୍ତି । ପ୍ରତି ବନ ସୁରକ୍ଷା ସମିତି ନିଜ ନିଜ ଅଂଚଳ ଜଙ୍ଗଲ ସୁରକ୍ଷା ଓ ଜୀବିକା ବୃଦ୍ଧି ନିମନ୍ତେ ୧୦ ବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ଦ୍ୱାରା ପ୍ରାୟ ୫୬୦୩୧ ହେକ୍ଟର ଜଙ୍ଗଲ ଜମିର ବିକାଶ କରାଯାଇଛି, ୨୨୫୦ ହେକ୍ଟର ଜଙ୍ଗଲରେ ମୁର୍ତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ ନିମନ୍ତେ ଆଡ଼ିବନ୍ଧ, ଜଙ୍ଗଲ ପୋଖରୀ ଆଦି ନିର୍ମାଣ କରାଯାଇଛି । ୧୭୧୦ କି.ମି ବ୍ୟାପୀ ବନାଗ୍ନି ନିୟନ୍ତ୍ରଣ ଲାଇନ୍ ଏବଂ ୧୯୦୦ କି.ମି.ର ଜଙ୍ଗଲ ପାଚେରୀ ନିର୍ମାଣ କାର୍ଯ୍ୟ କରାଯାଇଛି । ଏହାଛଡା ଏହି ସମିତି ମାନଙ୍କ ମାଧ୍ୟମରେ ୬ ଟି ହାଇଟେକ୍ ନର୍ସରୀ ପ୍ରତିଷ୍ଠା ଓ ପରିଚାଳନା କରାଯାଉଛି । ଏସବୁରେ ପ୍ରାୟ ୪.୪୦ ଲକ୍ଷ ଉଚ୍ଚମାନର ଚାରା ଉତ୍ପାଦନ ବ୍ୟବସ୍ଥା କରାଯାଇଛି । ୭୭୭ ବନ ସୁରକ୍ଷା ସମିତିର ସଦସ୍ୟମାନେ ନିଜ ନିଜ ଯାଗାରେ ପ୍ରାୟ ୪୧୧୮ ହେକ୍ଟର ଜଙ୍ଗଲ ଫାର୍ମ କରି ରୋଜଗାର ବଢ଼ାଇବାରେ ସମର୍ଥ ହୋଇଛନ୍ତି ।

ଇତି ମଧ୍ୟରେ କରଞ୍ଜିଆ, ବାରିପଦା, ରାଇରଙ୍ଗପୁର ଆଦି ଜଙ୍ଗଲ ଡ଼ିଭିଜନରେ ଶାଳ-ପତ୍ର କ୍ଲଷ୍ଟର ବିକାଶ କରାଯାଇଛି । ୬୬ ଟି ସମିତିରୁ ପ୍ରାୟ ୩୦୦ ଲୋକଙ୍କୁ ଶାଳ-ପତ୍ର ସିଲେଇ, କପ୍ପ୍ଲେଟ୍ ତିଆରି ଆଦିରେ ତାଲିମ ଦିଆଯାଇଛି ଏବଂ ସେମାନେ ସେଥିରୁ ରୋଜଗାର କରୁଛନ୍ତି । ଏହାଛଡା ଆଠମଲ୍ଲିକରେ ମହୁ କ୍ଲଷ୍ଟର ଏବଂ ବୌଦ୍ଧରେ ବହୁମୁଖୀ ଉତ୍ପାଦନ କ୍ଲଷ୍ଟରକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ଭଲ ଉତ୍ପାଦନ ସମ୍ଭାବନାଥିବା ବିଭିନ୍ନ ଡ଼ିଭିଜନ୍ରେ ବହୁ-ମୁଖୀ ଉତ୍ପାଦ କ୍ଲଷ୍ଟର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଜୁଲାଇମାସ ଶେଷସୁଦ୍ଧା ଏସବୁ କାମରେ ପ୍ରାୟ ୪୬୦୭୨.୭୮ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି ।
ସେହିପରି ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ୨୨ ଟି ଜଙ୍ଗଲ ଡ଼ିଭିଜନ୍ରେ ୪୬୦୧ ଟି ସୁରକ୍ଷା ସମିତି ଏବଂ ୧୪୨୬୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣ, ଛତୁଚାଷ, ଜୈବ-ସାର ପ୍ରସ୍ତୁତି, ଉଦ୍ୟାନଚାଷ, ପନିପରିବା ଚାଷ ଆଦି ବିଷୟରେ ତାଲିମ ଦିଆଯାଇଛି ଏବଂ ସେମାନେ ଏହିସବୁ କାମରୁ ନିଜ ପରିବାର ଆୟ ବଢ଼ାଇବାରେ ସମର୍ଥ ହୋଇଛନ୍ତି । ଆମ ଜଙ୍ଗଲ ଯୋଜନାରେ ଚଳିତ ବର୍ଷ ଜୁଲାଇମାସ ଶେଷସୁଦ୍ଧା ପ୍ରାୟ ୫୪୫୬୭ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି । ଓମ୍ବାଡ଼୍ସି ପାଣ୍ଠିରୁ ୨୫ ଟି ଫରେଷ୍ଟ ରେଞ୍ଜ୍ରେ ୩୨୩୭ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୯୦୦ ଟି ବନ ସୁରକ୍ଷା ସମିତି ଗଠନ କରାଯାଇ ସଦସ୍ୟମାନଙ୍କୁ ରୋଜଗାରଭିତ୍ତିକ ତାଲିମ ଦିଆଯାଉଛି । ପ୍ରତି ବନସୁରକ୍ଷା ସମିତିର ଉତ୍ପାଦ ପ୍ରକାର ଓ ପରିମାଣ ଆକଳନ କରାଯାଇଛି । ସମିତିୱାରୀ ସ୍ଥାୟୀ ପୋଷଣୀୟ ଜୀବିକା ନିର୍ବାହ କାର୍ଯ୍ୟ ଯୋଜନା ପ୍ରସ୍ତୁତି ତୁରନ୍ତ ସାରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଜଙ୍ଗଲ ଓ ପରିବେଶ ବିଭାଗ ଭାରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଦେବିଦତ୍ତ ବିଶ୍ୱାଳ, ଗ୍ରାମ ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ମୀତା ବିଶ୍ୱାଳଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+