Get Updates
Get notified of breaking news, exclusive insights, and must-see stories!

କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଲୋକସେବା ଭବନରେ ରଖିଲେ ପ୍ରଥମ ପ୍ରତିକ୍ରିୟା

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇଏଏସ ଅଧିକାରୀ ଅନୁ ଗର୍ଗ । ୧୯୯୧ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗ । ଓଡ଼ିଶାର ପ୍ରଥମ ମହିଳା ଚିଫ ସେକ୍ରେଟାରୀ ଭାବେ ଇତିହାସ ରଚିଛନ୍ତି । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ମୋ ପାଇଁ ଗୋଟିଏ ବଡ଼ ସୁଯୋଗ ବୋଲି ଦାୟିତ୍ବ ନେବା ପରେ ଅନୁ ଗର୍ଗଙ୍କ ପ୍ରତିକ୍ରିୟା ରଖିଛନ୍ତି । ଚ୍ୟାଲେଞ୍ଜ ଅନେକ, ସୂଚାରୁ ରୁପେ ତୁଲାଇବାକୁ ଚେଷ୍ଟା କରିବି । ବିକଶିତ ଓଡ଼ିଶା ପାଇଁ ୨୦୩୬ ଭିଜନ ତିଆରି କରିଛୁ ।

Anu Garg

୨୦୩୬ ଭିଜନକୁ ନେଇ କାର୍ଯ୍ୟ କରାଯିବ। ଦେଶ ଓ ରାଜ୍ୟର ଭିଜନ ପୂରଣ ପାଇଁ ଚେଷ୍ଟା କରିବି । ଏଥିରେ ସମସ୍ତଙ୍କ ସହଯୋଗ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଁଚିବା ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଵାଗତ କରାଯାଇଥିଲା । ସ୍ୱପ୍ନର ଓଡ଼ିଶା ଗଠନ ପାଇଁ ନୂଆ ଦାୟିତ୍ଵକୁ ନେଇ ସେ ଓଡ଼ିଶା ବାସୀଙ୍କୁ ସେବା ଯୋଗାଇବେ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+