ନବରଙ୍ଗପୁର-ଜୟପୁରରେ କୋଭିଡ଼ ସ୍ଥିତି କଲେ ସମୀକ୍ଷା ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ନଗରଙ୍ଗପୁର ଓ ଜୟପୁର ଗସ୍ତ । ଏକ ସ୍ୱତନ୍ତ୍ର ହେଲିପକ୍ଟରରେ ପ୍ରଥମେ ମବରଙ୍ଗପୁର ଗସ୍ତ କରିଛନ୍ତି ରାଜ୍ୟ ଶାସନର ଏହି ଦୁଇ ପ୍ରମୁଖ ଅଧିକାରୀ । ଜିଲ୍ଲାରେ କରୋନା ସ୍ଥିତିନେଇ ସର୍କି
ନବରଙ୍ଗପୁର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ନଗରଙ୍ଗପୁର ଓ ଜୟପୁର ଗସ୍ତ । ଏକ ସ୍ୱତନ୍ତ୍ର ହେଲିପକ୍ଟରରେ ପ୍ରଥମେ ମବରଙ୍ଗପୁର ଗସ୍ତ କରିଛନ୍ତି ରାଜ୍ୟ ଶାସନର ଏହି ଦୁଇ ପ୍ରମୁଖ ଅଧିକାରୀ । ଜିଲ୍ଲାରେ କରୋନା ସ୍ଥିତିନେଇ ସର୍କିଟ ହାଉସରେ ଏକ ବୈଠକ କରିଛନ୍ତି ।

ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର, ନବରଙ୍ଗପୁର ଏସ୍ପି ପ୍ରହ୍ଲାଦ ସାହାଇ ମିନା ଓ ନବରଙ୍ଗପୁର ସି଼ଡିଏମ୍ଓ ଶୋଭାରଣୀ ମିଶ୍ରଙ୍କ ସହ ଜିଲ୍ଲାର କୋଭିଡ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ । ଏହାପରେ ନବରଙ୍ଗପୁର କୋଭିଡ ହସ୍ପିଟାଲ ଯାଇ ସ୍ଥିତି ପରଖିଥିଲେ।
ସେହିପରି ନବରଙ୍ଗପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣାଧିନ ହୋଇଥିବା ବେଳେ କୋଭିଡ ମେଡିକାଲର ସ୍ୱାସ୍ଥ୍ୟସେବାକୁ ନେଇ ରୋଗୀ ସନ୍ତୁଷ୍ଟ ରହିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଆର୍ଟିପିସିଆର୍ ଟେଷ୍ଟ ମେସିନ ପହଞ୍ଚିଛି । ଗୋଟିଏ ଦିନରେ ଜିଲ୍ଲାରେ ପ୍ରାୟ ୬ ଶହ କୋଭିଡ ପରୀକ୍ଷା କରାଯିବ । ଖୁବ ଶୀଘ୍ର ନବରଙ୍ଗପୁରରେ ଅକ୍ସିଜେନ ପ୍ଲାଣ୍ଟ ହେବାକୁ ଯାଉଛି । ଏଥିସହ ନବରଙ୍ଗପୁର ଜିଲ୍ଲାକୁ ୧୦ ହଜାର ଭ୍ୟାକ୍ସିନ୍ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।












Click it and Unblock the Notifications