ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ : ଖୁବଶୀଘ୍ର ଆରମ୍ଭ ହେବ ସମଲେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ

ସମ୍ବଲପୁର ଓ ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍।

ସମ୍ବଲପୁର: ସମ୍ବଲପୁର ଓ ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍। ବିମାନବନ୍ଦରରୁ ମା' ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି ଉଭୟେ ।

5-T ସଚିବ

ତେବେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ସମଲେଶ୍ୱରୀ ପୀଠର ବିକାଶ ଉପରେ ରହିଛି ରାଜ୍ୟ ସରକାରଙ୍କ ଫୋକସ୍। ମା' ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ମନ୍ଦିରରେ କ'ଣ ଉନ୍ନତିମୂଳକ କାର୍ଯ୍ୟ କରାଯିବ, ସେନେଇ ଦୁଇ ସଚିବ ଅନୁଧ୍ୟାନ କରିଛନ୍ତି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ପାରିପାର୍ଶିକ ବିକାଶ, ଏୈତିହ୍ୟ କରିଡର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗ ବିକାଶ କରାଯିବ । ଏଥିରେ ମନ୍ଦିରର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯିବ । ସେହିପରି ରାଉରକେଲା ହକି ଷ୍ଟାଡିୟମ୍ ବୁଲି ଦେଖିପାରନ୍ତି ଭିକେ ପାଣ୍ଡିଆନ୍।

ତେବେ ରାଉରକେଲାରେ ନିର୍ମାଣ ହେବାକୁ ଥିବା ଦେଶର ସର୍ଵବୃହତ୍‌ ହକି ଷ୍ଟାଡିୟମ୍ ଜମି ପରିଦର୍ଶନ କରିବେ ଉଭୟେ । ଏହାସହ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ସୁଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+