ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ, କରି ଦେଲେ ବଡ ଘୋଷଣା
ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ । ରାଜ୍ୟ ପ୍ରଗତିର ମୁଖଶାଳା ହେଉଛି ପାରାଦୀପ ବନ୍ଦର । ପ୍ରାକୃତିକ ବନ୍ଦରଗୁଡିକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ଦର ଭିତ୍ତିକ ବିକାଶକୁ ଗୁରୁତ୍ବ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପ ବନ୍ଦରର ବିକାଶର ମୂଳମନ୍ତ୍ର ହେବ ଶିଳ୍ପ । ରାଜ୍ୟକୁ ଅନେକ ଶିଳ୍ପ ଆଣିପାରିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୧ଲକ୍ଷ କୋଟି କହିଥିଲୁ, ୧ ଲକ୍ଷ ୪୫ ହଜାର କୋଟି ନିବେଶ ହେଲାଣି । ୪୦ ହଜାର କୋଟି ନିବେଶରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍ । ଖାଲି ବାଣିଜ୍ୟ ବ୍ୟବସାୟ ନୁହେଁ, ପର୍ଯ୍ୟଟନ ଶିଳ୍ପକୁ ବିକଶିତ କରାଯିବ । ୮୦ ହଜାର କୋଟି ଟଙ୍କା ନିବେଶରେ ହେବ ନାଫ୍ଥା କ୍ରାକର୍ ପ୍ରୋଜେକ୍ଟ । ପାରାଦୀପ ସି ବିଚ୍ ହେବ ବ୍ଲୁ ଫ୍ଲାଗ ବିଚ୍, ବିଶ୍ଵସ୍ତରୀୟ ମ୍ୟୁଜିୟମ ତିଆରି ହେବ ।













Click it and Unblock the Notifications