ଜନଶୁଣାଣି ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ; କହିଲେ ପୂର୍ବରୁ CMଙ୍କୁ ଭେଟିବାକୁ ତପସ୍ୟା କରିବାକୁ ପଡ଼ୁଥିଲା
ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ। ସେଠାରେ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟା ବିଷୟରେ ଶୁଣିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଘଣ୍ଟାଏ ଭିତରେ ହଜାରେ ପଞ୍ଜିକୃତ ହୋଇଥିଲା। ଅଫଲାଇନରେ ମଧ୍ୟ ଆସିଥିବା ଲୋକଙ୍କ ଗୁହାରି ଆମେ ଶୁଣିଲୁ। ୯ଟି ପାଳିରେ ୯ ହଜାର ଲୋକଙ୍କ ଅଭିଯୋଗ ଶୁଣିଛି। ମାମଲା ସମାଧାନରେ ୯୮ ପ୍ରତିଶତ କରିଛୁ।

ସେ ଆହୁରି କହିଛନ୍ତି ଯେ, ଭୁବନେଶ୍ବରରେ ୧୦ ମାସରେ ହୋଇଛି ୯ଟି ଜନଶୁଣାଣି' । ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ସମ୍ବଲପୁର ଜନଶୁଣାଣି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ଅଭିଯୋଗ ପ୍ରକୋଷ୍ଠକୁ ମୁଖ୍ୟମନ୍ତ୍ରୀ ଆସୁନଥିଲେ' । ପୂର୍ବରୁ CMଙ୍କୁ ଭେଟିବାକୁ ତପସ୍ୟା କରିବାକୁ ପଡ଼ୁଥିଲା ବୋଲି କହି ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ।' ଜଟିଳ ରୋଗରେ ପୀଡ଼ିତଙ୍କୁ ତୁରନ୍ତ ସହାୟତା ମିଳିଛି। ଅରକ୍ଷିତଙ୍କୁ ଦଇବ ସାହା ଭଳି ଅରକ୍ଷିତଙ୍କୁ ଆମ ସରକାର ସାହା ବୋଲି କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ବିଭିନ୍ନ ପ୍ରାନ୍ତରେ ଜନ ଶୁଣାଣି ହେବ। ଆଜି ୬ ହଜାରରୁ ଅଧିକ ଲୋକଙ୍କ ଗୁହାରି ଶୁଣାଯାଇଥିଲା। ଆମ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି।












Click it and Unblock the Notifications