Get Updates
Get notified of breaking news, exclusive insights, and must-see stories!

ମୋହନଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାମିଲ ହେବେ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ

ଆଉ ପ୍ରାୟ ଘଣ୍ଟାଏ ପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ସେଥିପାଇଁ ଚଳଞ୍ଚଳ ହୋଇଛି ରାଜଧାନୀ ଭୁବନେଶ୍ୱର। ଶପଥ ଗ୍ରହଣ ଉତ୍ସବରେ ସାମିଲ୍‌ ହେବା ପାଇଁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ। ଶପଥ ଗ୍ରହଉ ଉତ୍ସବ ପୂର୍ବରୁ ମୋଦି ରୋଡ୍‌ ଶୋ' କରିବାର କାର୍ଯ୍ୟକ୍ରମ ରହିଛି। ରୋଡ୍‌ ଶୋ' ରାଜଭବନ ଛକରୁ ବାହାରି ଜନତା ମୈଦାନ ପର୍ଯ୍ୟନ୍ତ ହେବ। ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Odisha CM Oath Ceremony

ରୋଡ଼୍‌ ଶୋ'ରେ ଆସିବା ପରେ ପ୍ରଧାନମନ୍ତ୍ରୀ ଜନତା ମୈଦାନରେ ହେବାକୁ ଥିବା ଶପଥଗ୍ରହଣ ଉତ୍ସବରେ ସାମିଲ୍‌ ହେବେ। ପ୍ରଥମେ ମୋହନ ମାଝୀ ଶପଥ ନେବେ। ତା'ପରେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କେଭି ସିଂହଦେଓ ଶପଥ ନେବେ। ତା'ପରେ ଅନ୍ୟ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ଆଜିର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+