ସମଲେଶ୍ୱରୀ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ବାର୍ତ୍ତା ରଖିଲେ ମୁଖ୍ୟମନ୍ତ୍ରୀ; କହିଲେ ମା'ଙ୍କ ଆଶୀର୍ବାଦରୁ ପ୍ରକଳ୍ପ
ରାତି ପାହିଲେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପ । ମା' ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମା' ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ । ମା' ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରକଳ୍ପ । ମା'ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ।
ଏକ୍ସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରି କହିଛନ୍ତି ଯେ, ମାଁ ସମଲେଇ ହେଉଛନ୍ ଆମର୍ ସମକର୍ ଇଷ୍ଟଦେବୀ। ସବୁ ଲୁକର୍ ଆସ୍ଥା ଆର୍ ବିଶ୍ବାସ୍ ର କେନ୍ଦ୍ରବିନ୍ଦୁ। ସେ ଜଗତ୍ ଜନନୀ ମାଁର୍ କୃପା ଆର୍ ସବୁ ଲୋକମାନକର୍ ଭାବ୍-ବିଶ୍ବାସ୍ କେ ସମ୍ମାନ୍ ଜନେଇକରି ମାଁ ସମଲେଇ ପୀଠ୍ ନୂଆଁ ରୂପ୍ ପାଇଛେ। ଯେନ୍ ଲୋକମାନେ ଇ ସମଲେଇ ପ୍ରକଳ୍ପର୍ ଲାଗି ନିଜର୍ ଜମିକେ ତ୍ୟାଗ୍ କରିଦେଇଛନ୍ ସେମାନେ ସବୁବେଲେ ସୋର୍ ରହେବେ। ସଭେ ଆସୁନ୍ ଇ ମହତ୍ ଲୋକାର୍ପଣ୍ ରେ ସାମିଲ୍ ହେଇ ସେ ଜଗତ୍ ଜନନୀ ମାଁ ସମଲେଇର୍ କୃପା ଲାଭ୍ କରମାଁ
ମାଁ ସମଲେଇ ହେଉଛନ୍ ଆମର୍ ସମକର୍ ଇଷ୍ଟଦେବୀ। ସବୁ ଲୁକର୍ ଆସ୍ଥା ଆର୍ ବିଶ୍ବାସ୍ ର କେନ୍ଦ୍ରବିନ୍ଦୁ। ସେ ଜଗତ୍ ଜନନୀ ମାଁର୍ କୃପା ଆର୍ ସବୁ ଲୋକମାନକର୍ ଭାବ୍-ବିଶ୍ବାସ୍ କେ ସମ୍ମାନ୍ ଜନେଇକରି ମାଁ ସମଲେଇ ପୀଠ୍ ନୂଆଁ ରୂପ୍ ପାଇଛେ। ଯେନ୍ ଲୋକମାନେ ଇ ସମଲେଇ ପ୍ରକଳ୍ପର୍ ଲାଗି ନିଜର୍ ଜମିକେ ତ୍ୟାଗ୍ କରିଦେଇଛନ୍ ସେମାନେ ସବୁବେଲେ ସୋର୍… pic.twitter.com/1y7Km1ENHT
— Naveen Patnaik (@Naveen_Odisha) January 26, 2024
ଶନିବାରଠାରୁ ଆରମ୍ଭ ହେବ ମହାଯଜ୍ଞ । ଏଥି ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ୧୬୯ ମନ୍ଦିରକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଲୋକାର୍ପଣ ଉତ୍ସବରେ ଯୋଗଦେବେ ୩ ହଜାରରୁ ଅଧିକ ଅତିଥି ଯୋଗଦେବେ । ଖୁବ୍ ଆକର୍ଷଣୀୟ ହୋଇଛି ମା' ସମଲେଇ ମନ୍ଦିରର ରୂପାନ୍ତରିତ ରୂପ ।

ଆସନ୍ତାକାଲି ଦିନ ସାଢ଼େ ୧୨ଟାରେ ମା' ସମଲେଇଙ୍କ ପୀଠରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ୧୨ଟା ୫୦ ଶୁଭଲଗ୍ନରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୩୧ ତାରିଖରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେବ ।
୪୦ ଏକର ଜମିରେ ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚରେ ମା' ସମଲେଇ ପୀଠର ବିକାଶ କରାଯାଇଛି । ଭକ୍ତଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଗମଣ୍ଡପ, ପୁରୋହିତଙ୍କ ବିଶ୍ରାମଗୃହ, ମନ୍ଦିରର ୪ପାର୍ଶ୍ବରେ ଐତିହ୍ୟ ଦ୍ବାର । ଶ୍ରଦ୍ଧାଳୁମାନେ ପୀଠର ମୁଖ୍ୟ ଦ୍ବାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ ।
ସମଲେଇ ମନ୍ଦିର ପରିକ୍ରମା ପାଇଁ ୧ କିଲୋମିଟରର ପରିକ୍ରମା ପଥ ନିର୍ମାଣ ହୋଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ନିବାସ, ଶୌଚାଳୟ ଆଦି ନିର୍ମାଣ ହୋଇଛି । ଏକାସାଙ୍ଗରେ ୬ ହଜାର ଦୀପ ଜଳିବାର ବ୍ୟବସ୍ଥା କରାଯାଇଛି । ଏଥି ସହ ପାର୍କି ବ୍ୟବସ୍ଥା, ମହାନଦୀ ଆଳତୀ ପାଇଁ ବ୍ୟବସ୍ଥା ରହିଛି । ମା' ସମଲେଇଙ୍କ ଭବ୍ୟ ରୂପାନ୍ତରଣରେ ଭକ୍ତଙ୍କ ଦିବ୍ୟ ଅନୁଭୂତି ପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।












Click it and Unblock the Notifications