ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ଛାତ୍ରୀଛାତ୍ରଙ୍କ ଆକାଉଣ୍ଟକୁ ଯିବ ୫୦୦୦ ଟଙ୍କା
ଭୁବନେଶ୍ୱର,୩୧।୧୨: ନୂଆବର୍ଷରେ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଶୁଭାରମ୍ଭ ହେବ। ଜନଜାତି ଛାତ୍ରୀଛାତ୍ରଙ୍କୁ ମିଳିବ ୫ ହଜାର ଟଙ୍କା। ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବେ ।

ରାଜ୍ୟ ସରକାର ମୋଟ ୧୫୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଆଦିବାସୀ ପିଲାଙ୍କ ଡ୍ରପ ଆଉଟକୁ ନେଇ ଚିନ୍ତିତ ମୋହନ ସରକାର ଏକ ଯୋଜନା ଆଣିଛନ୍ତି । ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆଦିବାସୀ ପିଲାଙ୍କୁ ପ୍ରୋତ୍ସାହନ ରାଶି ମିଳିବ । ଚଳିତ ବଜେଟରେ ଏହାକୁ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଜନଜାତି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ ।












Click it and Unblock the Notifications