ସୋସିଆଲ ମିଡିଆରେ ବଢୁଛି ନୂଆ ମୁଖ୍ୟମନ୍ତ୍ରୀଙ୍କ କ୍ରେଜ୍; ବଢୁଛି ଫଲୋର୍ସ ସଂଖ୍ୟା
ବିଜେପି ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝିଙ୍କ ନାମ ଘୋଷଣା ହେବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ବଢ଼ିବାରେ ଲାଗିଛନ୍ତି। ଏକ୍ସରେ ତାଙ୍କ ଫଲୋର୍ସ ବଢ଼ି ପ୍ରାୟ ୭ ହଜାର ଛୁଇଁଥିବାବେଳେ ଫେସ ବୁକ୍ରେ ୧୩ ହଜାରରୁ ଅଧିକ ରହିଛି।
ମୁଖ୍ୟମନ୍ତ୍ରୀ ଭାବେ ନାଁ ଘୋଷଣା ହେବାର କିଛି ଘଣ୍ଟା ଭିତରେ ହୁ ହୁ ହୋଇ ତାଙ୍କ ଲୋକପ୍ରିୟତା ବଢ଼ିଚାଲିଛି।

ସେହିପରି ଆଜି ସାମାଜିକ ଗଣମାଧ୍ୟମର ବିଭିନ୍ନ ମାଧ୍ୟମରେ ପୂରା ଛାଇ ଯାଇଛନ୍ତି। କିଏ ହ୍ବାଟ୍ସ ଆପ ଷ୍ଟାଟସ ରଖୁଛି ତ କିଏ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି।
ମୋବାଇଲରୁ ମୋବାଇଲ ଘୂରି ବୁଲୁଛି ତାଙ୍କ ଫଟୋ ଏବଂ ଶୁଭେଚ୍ଛା ପତ୍ର । ଏପରିକି ଦଳର ବହୁ ବରିଷ୍ଠ ନେତା, କେନ୍ଦ୍ରମନ୍ତ୍ରୀ, ବିଧାୟକ ଓ କର୍ମକର୍ତ୍ତା ମଧ୍ୟ ତାଙ୍କ ଫଟୋ ଦେଇ ଶୁଭେଚ୍ଛା ଜଣାଇଛନ୍ତି।
More From












Click it and Unblock the Notifications