କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରଙ୍କୁ ମିଳିବ ଭତ୍ତା

କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରଙ୍କୁ ମିଳିବ ଭତ୍ତା । କୁଟୁମ୍ବ ଯୋଜନାରେ ଭତ୍ତା ପ୍ରଦାନ କରିବେ ସରକାର । ଏନେଇ ଖୁବ୍‌ ଶୀଘ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରାଯିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଅର୍ଥାତ୍‌ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି।

Chief Ministers mohan majhi

୧୯୪୨ ଅଗଷ୍ଟ ୯ ତାରିଖରେ ଭାରତକୁ ବ୍ରିଟିଶମୁକ୍ତ କରିବା ପାଇଁ ଏହି ଦିନ ଭାରତଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧି। ଯାହାପରେ ଭାରତବାସୀ ଏକଜୁଟ୍‌ ହୋଇ ବ୍ରିଟିଶଙ୍କ ବିରୋଧରେ ଲଢ଼େଇ କରିଥିଲେ। ଫଳରେ ବ୍ରିଟିଶମାନେ ମୁଣ୍ଡ ନୁଆଇଁ ଥିଲେ। ମୁମ୍ବାଇର ଜଣେ ଯୁବକ ଅରୁଣା ଆସିକ ଅଲ୍ଲୀ ଗ୍ୱାଲିଆ ଟ୍ୟାଙ୍କ ମଇଦାନରେ( ବର୍ତ୍ତମାନ କ୍ରାନ୍ତି ମଇଦାନ) ପତାକା ଉଡ଼ାଇ ଏହି ଆନ୍ଦୋଳନ ପାଇଁ ଶଙ୍ଖଧ୍ୱନି ଦେଇଥିଲେ। ଏହି ଆନ୍ଦୋଳନକୁ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା।

୧୯୪୨ରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ୧୯୪୭ରେ ସିଦ୍ଧି ପ୍ରାପ୍ତ ହୋଇଥିଲା। ଅର୍ଥାତ ୧୯୪୭, ଅଗଷ୍ଟ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଓ ଇଂରେଜ ସରକାର ଭାରତ ଛାଡ଼ିଥିଲେ। ଅବଶ୍ୟ ଗାନ୍ଧିଜୀ ଏହି ଅଂହିସା ଭାବେ ଏହି ଆନ୍ଦୋଳନର ଡାକରା ଦେଇଥିଲେ। ମାତ୍ର ଆନ୍ଦୋଳନ ସମୟରେ ଅନେକ ସ୍ଥାନରେ ହିଂସା, ଦଙ୍ଗା ଆଦି ଦେଖିବାକୁ ମିଳିଥିଲା। ଆଜି ସେହି ମହାନ ସଂକଳ୍ପର ସ୍ମୃତି ଚାରଣ କରୁଛି ପୂରା ଭାରତ ବର୍ଷ। ଦେଶ ପାଇଁ ଜୀବନ ଦେଇଥିବା ସେହି ବୀର ସଂଗ୍ରମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି କୋଟି କୋଟି ଭାରତୀୟ। ଇତିହାସକୁ ମନେ ପକାଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଦେଶ ପାଳୁଛି କ୍ରାନ୍ତି ଦିବସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+