ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ଜାଣନ୍ତୁ କଣ ହେଲା ନିଷ୍ପତ୍ତି

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଲା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନୋବକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।

mohan charan majhi

ଏସଆରସି ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅଳ୍ପ ବର୍ଷା ଯୋଗୁ ସହର, ବିଶେଷକରି ଭୁବନେଶ୍ବରରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ବ ଦିଆଯାଇଛି। ସହରାଞ୍ଚଳ କୃତିମ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଦାୟୀତ୍ବ ଆଇଆଇଟି ଦିଲ୍ଲୀକୁ ଦିଆଯାଇଛି।

ଆଇଆଇଟି ଦିଲ୍ଲୀ ବୈଷୟିକ ସହାୟତା ପ୍ରଦାନ କରିବା ସହ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବ।

ବର୍ଷା ଦିନରେ ସାପ କାମୁଡା ରୋଗୀ ଦେଖିବାକୁ ମିଳନ୍ତି। ତେଣୁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ ରଖିବାକୁ କୁହାଯାଇଛି। ଓଡ୍ରାଫ ୟୁନିଟ୍ ୨୦ରୁ ୩୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ପାଣିପାଗ ବିଭାଗ ସହ ସମନ୍ବୟ ରଖି ଜିରୋ କାଜୁଆଲିଟି ନୀତି ଗ୍ରହଣ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।ପାଣିପାଗ ବିଭାଗ ସହ ସମନ୍ୱୟ ରଖି କାମ କରାଯିବ। ଜିରୋ କାଜୁଆଲଟି ନୀତି ଗ୍ରହଣ କରାଯିବ। ବାହାନାଗା ଟ୍ରେନ ଦୁର୍ଘଟଣା ସମୟରେ ତତ୍କାଳୀନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ କାମ କରିଥିଲେ। ଏହା ଆଉ ନ ଘଟୁ ବୋଲି ପ୍ରାର୍ଥନା। ଆକସ୍ମିକ ବିପର୍ଯ୍ୟାୟକୁ ଦୃଷ୍ଟିରେ ରଖି ୫ଟି ରିଚିଓନାଲ ଫାୟାର ସର୍ଭିସ୍ ହବ୍ ତୁରନ୍ତ କାର୍ଯ୍ୟକ୍ଷମ ହେବ ବୋଲି ପ୍ରାକୃତିକ ବିପର୍ଯ୍ୟାୟ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+