ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ରାଜ୍ୟ ସରକାର ପ୍ରଥମ ଦିନରୁ ଦୁର୍ନୀତି ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ପ୍ରାୟ ଅଢେଇ ଦଶନ୍ଧିରେ ଦୁର୍ନୀତିର ଛାତ୍ରଛାୟା ତଳେ ପରିସ୍ଫୁଟ ହେଉଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଭୂକମ୍ପନ ସୃଷ୍ଟି ହୋଇଛି।

ବିଭିନ୍ନ ମଞ୍ଚରେ 'ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା' ନୀତି ଅବଲମ୍ବନ ବିଷୟରେ କହି ଆସୁଛି । କେବଳ କଥାରେ ନୁହେଁ, କାର୍ଯ୍ୟରେ ବି ଦୁର୍ନୀତି ବିରୋଧରେ ଯୁଦ୍ଧ ଜାରି ରହିଛି। ଏହାର ଫଳାଫଳ ସମସ୍ତଙ୍କ ସାମ୍ନାରେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଲୋକଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଭୁବନେଶ୍ବରରେ ସୀମିତ ନରହି ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଇ ଲୋକଙ୍କ ପାଖରୁ ଅଭିଯୋଗ ଶୁଣାଯିବ। ଏଥିପାଇଁ ସରକାରୀ ସ୍ତରରେ ବ୍ୟାପକ ଭାବେ ପ୍ରସ୍ତୁତି ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ,ବିଜେପି ସରକାର ଶପଥ ଗ୍ରହଣ କରିବା ପରଠାରୁ ଅଦ୍ୟାବଧି ମୋଟ ୩୧୨ ଜଣଙ୍କ ବିରୋଧରେ ମୋଟ ୧୭୩ ଟି ମାମଲା ରୁଜୁ କରାଯାଇଛି। ମୋଟ ୧୫୬ ଜଣଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ୨୯୭ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି।

୮୨ଟି ମକଦ୍ଦମାରେ ସମୁଦାୟ ୧୨୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନ୍ସ ଅଦାଲତର ଦଣ୍ଡାଦେଶ ଯୋଗୁଁ ମୋଟ ୧୧ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯୭ ଜଣ ବ୍ୟକ୍ତିଙ୍କ ବିରୋଧରେ ୫୩ ଟି ମକଦ୍ଦମା ରୁଜୁ କରାଯାଇଛି, ଯେଉଁଥିରେ ପ୍ରାୟ ୧୩୧ କୋଟି ୯୦ଲକ୍ଷ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦେଶାଳୟକୁ ସଶକ୍ତ କରିବାପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୧୩୩ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

Chief Minister s Grievance Cell to travel to different parts of the state

ଏହାଛଡା ଦୁର୍ନୀତି ନିବାରଣ ନିର୍ଦେଶାଳୟର ଅଣ-ଆବାସିକ ତଥା ଆବାସିକ ଭିତ୍ତିଭୂମିର ବିକାଶ ନିମନ୍ତେ ୩୬ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ୨୦୨୪ ଜୁଲାଇ ୧ ଠାରୁ ଅଦ୍ୟାବଧି ୯୩୭୭ଟି ଅଭିଯୋଗର ଶୁଣାଣି କରାଯାଇଛି। ପ୍ରାୟ ୮୩ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ ଓ ସମୟ ଉପଯୋଗୀ କରିବାପାଇଁ, ଅଗ୍ରୀମ ଅନ୍‍ଲାଇନ ବୁକିଂ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୫୨୫ଟି ମାମଲାରେ ଗରିବ ଲୋକମାନଙ୍କର ଚିକିତ୍ସା ଓ ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ବାବଦରେ ୧୫ କୋଟି ୩୭ ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ପୁନଶ୍ଚ, ଯୋଗ୍ୟ ବ୍ୟକ୍ତିମାନଙ୍କ ପୁନର୍ବାସ ଥଇଥାନ ଏବଂ ଜରୁରୀକାଳୀନ ଚିକିତ୍ସା ପାଇଁ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମୋଟ ୭ କୋଟି ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ବାବଦରେ ଜିଲାପାଳମାନେ ସେମାନଙ୍କ ସ୍ତରରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିପାରିବା ପାଇଁ ବ୍ୟବସ୍ଥା କରାଯାଇଛି। ନୂତନ ସରକାର ଆସିବାପରେ ୨୬ ହଜାର ୧୩୪ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଛି। ଅବଶିଷ୍ଟ ଖାଲିଥିବା ୮୫ ହଜାର ୪୩୪ଟି ମୂଳ ପଦବୀରୁ ୪୦ ହଜାର ୮୫୪ ଟି ପଦବୀକୁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ଦ୍ବାରା ପୂରଣ ପାଇଁ କମିଟି ପକ୍ଷରୁ ଅନୁମୋଦନ କରାଯାଇଛି।

ଅନୁମୋଦିତ ପଦରୁ ୩୩ ହଜାର ୮୦୨ଟି ପଦବୀକୁ ସମ୍ପୃକ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ନିଯୁକ୍ତି ପ୍ରକ୍ରିୟା ସମ୍ପାଦନ କରିବା ନିମନ୍ତେ ପ୍ରେରଣ କରାଯାଇଛି। ବିଭାଗ ପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ମୋଟ ୭୦୭ କୋଟି ୪ ଲକ୍ଷ ୮୯ ହଜାର ଟଙ୍କାର ଦାବି ଗୃହରେ ଉପସ୍ଥାପନ କରାଯାଇଛି। ସେଥିରୁ ପ୍ରଶାସନିକ ବ୍ୟୟ ନିମନ୍ତେ ୪୮୪ କୋଟି ୯୩ ଲକ୍ଷ ୯୯ ହଜାର ଓ କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ୨୨୨ କୋଟି ୧୦ ଲକ୍ଷ ୯୦ ହଜାର ଟଙ୍କା ରହିଛି। ପରେ ବାଚସ୍ପତି ସୁରମା ପାଢୀ ଉକ୍ତ ଖର୍ଚ୍ଚଦାବିକୁ ଗୃହରେ ପାରିତ କରାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+