ବଢ଼ୁଥିବା ଅପରାଧ ନେଇ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ କାଳୀନ ବୈଠକ,କ୍ରାଇମବ୍ରାଞ୍ଚ ଓ ଗୁଇନ୍ଦା ଡିଜି ଦେବେ ସ୍ୱତନ୍ତ୍ର ରିପୋର୍ଟ

ଓଡ଼ିଶାରେ ଦିନକୁ ଦିନ ବଢ଼ୁଥିବା ଅପରାଧକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଜରୁରୀ କାଳୀନ ବୈଠକ ଡାକିଛନ୍ତି। ଶୁକ୍ରବାର ଅପରାହ୍ଣ ୩ଟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଗୃହ ସଚିବ, ଡିଜିପି, କ୍ରାଇମବ୍ରାଞ୍ଚ ଏବଂ ଗୁଇନ୍ଦା ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ।

mohan majhi

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ବିଗତ ଏକ ବର୍ଷରେ ଘଟିଥିବା ଅପରାଧ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ସହିତ ଡିଜିପିଙ୍କୁ ବୈଠକରେ ଉପସ୍ଥିତ ରହିବାକୁ କୁହାଯାଇଛି। ଏହା ସହିତ, କ୍ରାଇମବ୍ରାଞ୍ଚ ଓ ଗୁଇନ୍ଦା ବିଭାଗର ଡିଜିଙ୍କୁ ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ତଦନ୍ତ ସମ୍ପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ହିଂସା, ଚୋରୀ, ଡକାୟତି, ମହିଳାଙ୍କ ବିରୁଦ୍ଧରେ ଅପରାଧ ଏବଂ ଅନ୍ୟାନ୍ୟ ଗୁରୁତର ଅପରାଧର ଘଟଣା ବୃଦ୍ଧି ପାଇଛି, ଯାହା ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକି ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ବୈଠକରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି, ଗୁଇନ୍ଦା ତଥ୍ୟ ସଂଗ୍ରହରେ ଉନ୍ନତି ଏବଂ ଅପରାଧୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଏହା ସହିତ, ରାଜ୍ୟରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନୂତନ ରଣନୀତି ପ୍ରସ୍ତୁତ କରାଯାଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+