ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୯୧ କୋଟି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ
କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ। ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟତା ମିଳିବ। ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବା ବେଳେ ୨୯୧ କୋଟି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତିନି ଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା କୃଷିଭିତ୍ତିକ ଅର୍ଥନୀତି। କୃଷି ଓଡ଼ିଶା' ଅନ୍ନଦାତାଙ୍କୁ ସମର୍ପିତ। କୋଭିଡ ସମୟରେ ବି ଚାଷୀ ବିଲକୁ ଯାଇ ଚାଷ କରିଛନ୍ତି। କରୋନା ଭୟରେ ସମସ୍ତେ ଘରେ ଥିବାବେଳେ ଚାଷୀ ବିଲରେ ଥିଲେ। ଚାଷୀଙ୍କୁ ସୁରକ୍ଷା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ।
କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ। କେବଳ ମିଶନ ପରେ ମିଶନ କରିଚାଲିଲେ । କିନ୍ତୁ ଫଳ ଶୂନ୍' ଆଳୁ ମିଶନ, ପଣସ ମିଶନ ହେଲା, କିନ୍ତୁ ରେଜଲ୍ଟ ସମସ୍ତଙ୍କୁ ଜଣା। ଯେମିତିକି ଅପରେସନ ସକ୍ସେସ, ପେସେଣ୍ଟ ଡେଡ୍- ମୁଖ୍ୟମନ୍ତ୍ରୀ।
କୋଲ୍ଡ ଷ୍ଟୋରେଜ୍ ପାଇଁ ପ୍ରତିଶ୍ରୁତି ଦେଲେ, କିନ୍ତୁ ପ୍ରତିଷ୍ଠା କଲେନି । ଆଜି ବି ଆମେ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ । ମମତାଙ୍କ ସହ ଯେତେ ଆଲୋଚନା କଲେ ବି କିଛି ଲାଭ ହେଉନି ।
ମମତା ଦିଦିଙ୍କ ଆଉ ମମତା ନାହିଁ, ଆମ ଉପରେ ଦାଉ ସାଧୁଛନ୍ତି' । ଏହା କେବଳ ପୂର୍ବ ସରକାରଙ୍କ ବିଫଳତା ଯୋଗୁଁ ହୋଇଛି । ତେଣୁ ଆପଣମାନେ ପୂର୍ବ ସରକାରକୁ ଏବେ ବିରୋଧୀ ଦଳରେ ବସାଇଛନ୍ତି।












Click it and Unblock the Notifications