ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ସାମୟିକ କର୍ମଚାରୀ କାର୍ଯ୍ୟରୁ ଅନ୍ତର ହେଲେ ପାଇବେ ୨.୫ ଲକ୍ଷ
ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । କାର୍ଯ୍ୟରୁ ନିବୃତ୍ତି ସମୟରେ ପାଇବେ ଏକକାଳୀନ ୨.୫ ଲକ୍ଷ ଟଙ୍କା । ଏଥିସହ ଏହି ପରିମାଣ ପ୍ରତି ଦୁଇ ବର୍ଷରେ ୧୦ ପ୍ରତିଶତ ବୃଦ୍ଧି ପାଇବ । ପୂର୍ବରୁ ସାମୟିକ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ବେଳେ (Cessation of Service ) ସେମାନଙ୍କୁ ଏକକାଳୀନ ୧.୫ ଲକ୍ଷ ଟଙ୍କା ମିଳୁଥିଲା । ଏହି ପରିମାଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।ନିୟମିତ ପଦବିରେ ୫ ବର୍ଷରୁ ଅଧିକ ସମୟ କାମ କରିଥିଲେ, କାର୍ଯ୍ୟ ନିବୃତ୍ତି ସମୟରେ ସେମାନେ ସର୍ବନିମ୍ନ ଗ୍ରାଚ୍ୟୁଇଟି ୨.୫ ଲକ୍ଷ ଟଙ୍କା ପାଇବେ।

ଏହା ସହିତ ଏହି ଏକକାଳୀନ ଗ୍ରାଚ୍ୟୁଇଟି ପରିମାଣ ପ୍ରତି ଦୁଇ ବର୍ଷରେ ୧୦ ପ୍ରତିଶତ ଲେଖାଏଁ ବୃଦ୍ଧି ପାଇବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୃଦ୍ଧି ପାଇଁ ଅର୍ଥ ବିଭାଗର ଅନୁମୋଦନ ଆବଶ୍ୟକତା ପଡିବ ନାହିଁ। ବିଭାଗ ମାନେ ନିଜେ ପ୍ରତି ଦୁଇ ବର୍ଷରେ ଏହି ପରିମାଣ ବୃଦ୍ଧି କରି ପାରିବେ।












Click it and Unblock the Notifications