ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ବିଶ୍ୱବିଦ୍ୟାଳୟ କରିବ ଏଚସିଏଲ ଟେକ୍
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଏଚ୍ସିଏଲ ଟେକ୍ ଖୁବ୍ଶୀଘ୍ର ରାଜ୍ୟରେ ଏକ କ୍ୟାମ୍ପସ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ। ଦିଲ୍ଲୀ ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ ପରେ ସୋମବାର ସେ ଏହି ଘୋଷଣା କରିଛନ୍ତି। ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ, ମୁଖ୍ୟମନ୍ତ୍ରୀ ମାଝୀ ଏଚ୍ସିଏଲ ଟେକ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ। ଯେଉଁଠାରେ ସେ କମ୍ପାନି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଏଚ୍ସିଏଲ ଟେକ୍ କ୍ୟାମ୍ପସର ଗସ୍ତ କରିଥିଲୁ ଏବଂ ସେମାନଙ୍କ ଦଳ ସହିତ ଫଳପ୍ରଦ ଆଲୋଚନା କରିଥିଲୁ। ପରିଦର୍ଶନ ପରେ, ଆମେ ଏଚ୍ସିଏଲ ଟେକ୍ ଅଧିକାରୀମାନଙ୍କୁ ଓଡ଼ିଶା, ବିଶେଷକରି ଭୁବନେଶ୍ୱର ଏବଂ ପୁରୀର ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିଥିଲୁ। ଆମେ ସେମାନଙ୍କୁ ଏଠାରେ ଏକ କ୍ୟାମ୍ପସ ଏବଂ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତାବ ଦେଇଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।













Click it and Unblock the Notifications