ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓମ୍‌ଫେଡ୍‌ ଦୁଗ୍ଧ ଲିଟର ପିଛା ୩ ଟଙ୍କା ଅଧିକ ପାଇବେ ଚାଷୀ

ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠାରୁ ଓମଫେଡ୍ ଦୁଗ୍ଧ ଚାଷୀ ଲିଟର ପିଛା ୩ଟଙ୍କା ଅଧିକ ପାଇବେ। ଖାଉଟିଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ।

mohan majhi

ରାଜ୍ୟ ସରକାର ଏହି ଅର୍ଥ ବହନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ୱାରା ରାଜ୍ୟରେ ୨ ଲକ୍ଷ ୫୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ। ଏଥିସହ ଦୁଗ୍ଧ ଚାଷୀଙ୍କ ଅକାଳରେ ଯଦି ମୃତ୍ୟୁ ଘଟେ ତେବେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ବୀମା ମିଳିବ।

ଦୁଗ୍ଧଚାଷୀଙ୍କୁ ଅଧିକ ୩ଟଙ୍କା ଦେବେ ସରକାର। ୩୦ ଟଙ୍କା ପରିବର୍ତ୍ତେ ୩୩ ଟଙ୍କା ପାଇବେ ଦୁଗ୍ଧଚାଷୀ। ଦୁଗ୍ଧଚାଷୀଙ୍କ ପାଇଁ ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ। ଜୁନ ୧୩ରୁ ଗ୍ରାହକଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁ ହେବ। ଏଥିରେ ପ୍ରାୟ ୨.୫ ଲକ୍ଷ ଗୋପାଳକ ହେବେ ଲାଭବାନ।

ଆହୁରି ପଢନ୍ତୁ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+