ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍
ଲୋୟର ପିଏମଜିରେ ଏକାଠି ହଜାର ହଜାର ମହିଳା । ଅଲ ଓଡ଼ିଶା ମିଶନ ଶକ୍ତି ସାମୁଖ୍ୟ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯାଇଛି । ବିଭିନ୍ନ ଦାବି ନେଇ ଭୁବନେଶ୍ବର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ମହିଳା କର୍ମଚାରୀ।
ସିଆରପି, ଏମବିକେ, ପ୍ରାଣୀମିତ୍ର, ବ୍ୟାଙ୍କ ମିତ୍ର ପକ୍ଷରୁ ବିଶାଳ ଗଣଧାରଣା ହୋଇଛି।ହଜାର ହଜାର ମହିଳା ଆଜି ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି। ବକେୟା ପାରିଶ୍ରମିକ ବା ଦରମା ପାଇନଥିବା ଦାବି ଶୁଣିଛନ୍ତି ସରକାର।

୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍। CRP, ବ୍ୟାଙ୍କମିତ୍ର, MBK, ପ୍ରାଣୀମିତ୍ର ପାଇବେ ବକେୟା ଦରମା। ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ଦେବେ ନୂଆ ସରକାର। ଏନେଇ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୬୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ।












Click it and Unblock the Notifications