ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କହିଲେ ବାରବାଟୀର ହେବ ଉନ୍ନତି, ବଢ଼ିବ ସିଟ୍

ବାରବାଟୀର ହେବ ଉନ୍ନତି, ବଢ଼ିବ ସିଟ୍। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ଏମିତି କିଛି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

cm

ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ବଢ଼ାଇବା ନେଇ ପ୍ରସ୍ତାବ ରହିଛି। ଏହାକୁ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। OCA ସମ୍ପାଦକ ସଞ୍ଜୟ ବେହେରା ବି ଏନେଇ ସୂଚନା ଦେଇଛନ୍ତି।

ବାରବାଟୀ ମ୍ୟାଚରେ ଦମ୍ ଦେଖାଇଛି ଭାରତ, ଇତିହାସ ରଚିଛି। ଦମଦାର ବୋଲିଂ ଫଳରେ ୭୪ ରନରେ ଅଲ୍ ଆଉଟ୍ ଓ ୫୦ ରନରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍ ହୋଇଥିବା ବେଳେ ୨୮ ବଲରେ ୫୯ ରନ୍ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ କୁ ମ୍ୟାନ୍ ଇନ୍ ବ୍ଲୁ ୧୦୧ ରନ୍ ରେ ଜିତିଛି। ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୪ ରନ୍ ହିଁ କରିପାରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+