Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟର ୯୦ ପ୍ରତିଶତ ଚାଷଜମିକୁ ୨୦୩୬ ସୁଦ୍ଧା ମିଳିବ ଜଳସେଚନ ସୁବିଧା

ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚାଷ ଜମିକୁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ 'ପାଣି ପଞ୍ଚାୟତ ପକ୍ଷ-୨୦୨୬' କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ୨୦୩୬ ମସିହା ସୁଦ୍ଧା ରାଜ୍ୟର ୯୦ ପ୍ରତିଶତ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରାଯିବ। ବୃହତ, ମଧ୍ୟମ ଓ କ୍ଷୁଦ୍ର ପ୍ରକଳ୍ପ ସମେତ ଲିଫ୍ଟ ଇରିଗେସନ, ମେଗା ଲିଫ୍ଟ ସ୍କିମ୍ ଏବଂ ଚେକ୍ ଡ୍ୟାମ୍ ଜରିଆରେ ଏହି ସୁବିଧା ସମ୍ପ୍ରସାରଣ କରାଯିବ।

mohan majhi

ବର୍ତ୍ତମାନ ରାଜ୍ୟରେ ୪୦,୩୮୦ଟି ପାଣି ପଞ୍ଚାୟତ ୨୪.୧୨ ଲକ୍ଷ ହେକ୍ଟର ଜମିର ଜଳ ପରିଚାଳନା କରୁଛନ୍ତି। ପାଣି ପଞ୍ଚାୟତ ଆଇନରେ ସଂଶୋଧନ କରି ମହିଳା ଓ ମତ୍ସ୍ୟଜୀବୀମାନଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି। ଜଳର ସଠିକ ବିନିଯୋଗ ପାଇଁ IoT ଆଧାରିତ ଡିଜିଟାଲ୍ ୱାଟର ମିଟର ଏବଂ ମୃତ୍ତିକା ଆର୍ଦ୍ରତା ମାପକ ଯନ୍ତ୍ରର ବ୍ୟବହାର କରାଯିବ। ଏଥିପାଇଁ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (XIM) ସହ ଏମଓୟୁ (MoU) ସ୍ୱାକ୍ଷର ହୋଇଛି।

ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପାରମ୍ପରିକ ଚାଷ ପରିବର୍ତ୍ତେ ପନିପରିବା, ଫଳ ଏବଂ ଫୁଲ ଚାଷ ଭଳି ବିବିଧକରଣ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ସେମାନଙ୍କ ଆୟ ବୃଦ୍ଧି ପାଇବା ସହ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ କହିଛନ୍ତି ଯେ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଏବଂ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିଦେଶକୁ ରପ୍ତାନି କରିବା ପାଇଁ ସରକାର ବଜାର ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+