କୋଣାର୍କରେ ଖଣି ମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଓଡ଼ିଶା ବାସ୍ତବରେ ରତ୍ନଗର୍ଭା
କୋଣାର୍କ: କୋଣାର୍କରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୁତିଭୂଷଣ ଜେନା ବି ଏଥିରେ ଯୋଗ ଦେଇଛନ୍ତି। ଏହାଛଡ଼ା ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ବି ସେହି ସମ୍ମିଳନୀରେ ଉପସ୍ଥିତ ଅଛନ୍ତି
ଏଥିସହିତ ଜମ୍ମୁ-କଶ୍ମୀରର ଉପମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ଦେଶବ୍ୟାପୀ ଦକ୍ଷ, ନିରାପଦ ଏବଂ ପରିବେଶ ଅନୁକୂଳ ଖଣି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।।

ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ତରଫରୁ ସମ୍ମିଳନୀର ଏହି ତୃତୀୟ ସଂସ୍କରଣ କୋଣାର୍କରେ ଆୟୋଜିତ ହେଉଛି। ବିକଶିତ ଭାରତ ୨୦୪୭ ଭିଜନ ସମନ୍ୱିତ ଦୁଇଦିନିଆ ଏହି ସମ୍ମିଳନୀରେ ୧୬ଟି ରାଜ୍ୟର ଖଣିମନ୍ତ୍ରୀ ସାମିଲ ହୋଇଛନ୍ତି।
ଓଡ଼ିଶା ବାସ୍ତବରେ ରତ୍ନଗର୍ଭା କହିଲେ ମୁଖ୍ୟମନ୍ତ୍ରୀ କୋଣାର୍କରେ ଖଣି ମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ , ଓଡ଼ିଶା ଖଣିଜ ସଂପଦରେ ଭରପୂର ରାଜ୍ୟ' 'କେବଳ କେନ୍ଦୁଝର ନୁହେଁ, ଅନ୍ୟ ଅଞ୍ଚଳରେ ବି ରହିଛି ଖଣିଜ ସଂପଦ' ତେଣୁ ଓଡ଼ିଶା ବାସ୍ତବରେ ରତ୍ନଗର୍ଭା ବୋଲି କହିଲେ ମୁଖ୍ୟମନ୍ତ୍ରୀ












Click it and Unblock the Notifications