ଆସନ୍ତାକାଲି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, BDT ମଧ୍ୟରେ ଚାଷୀଙ୍କୁ ଦେବେ ଉପହାର

ଚାଷୀଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ରକ୍ଷା ପାଇଁ ଆସନ୍ତା କାଲି ବରଗଡ଼ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବରଗଡ଼ ଜିଲ୍ଳା ସୋହେଲା ଗସ୍ତ କରି ଚାଷୀମାନଙ୍କୁ ୮ ଶହ ଟଙ୍କା ସବସିଡି DBT ମାଧ୍ୟମରେ ପ୍ରଦାନର ଶୁଭାରମ୍ଭ କରିବେ ।

Mohan Charan Majhi

କିନ୍ତୁ ପୂର୍ବ ସରକାର ସୋହେଲାର ହଳଦୀପାଲି ପଡ଼ିଆକୁ ଆସି ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବାକୁ କହି ଠକିଥିଲେ ସେହି ପଡ଼ିଆରେ ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବାକୁ ଆସୁଛନ୍ତି ମୋହନ ସରକାର । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ , ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ , ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ବିଜେପୁର ବିଧାୟକ ସନତ ଗଡ଼ତିୟା ଙ୍କ ସମେତ ବିଜେପିର ବହୁ ନେତା । ସାମିଲ ହେବେ ହଜାର ହଜାର ଚାଷୀ ।

ଅନ୍ୟପଟେ ଗତ ୨୦ ତାରିଖରୁ ଜିଲ୍ଳାରେ ମଣ୍ଡି ଖୋଲିଥିବା ବେଳେ ଧାନ ବିକ୍ରୀରେ ଅଚଳାବସ୍ଥା ଲାଗିରହିଛି । ଟୋକନ ସମସ୍ୟା ଠାରୁ ଆରମ୍ଭ କରି କଟନିଛଟନୀ ଆଦି ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଧାନ ବିକି ପାରୁନାହିଁ । ଫଳରେ ବିଭିନ୍ନ ମାର୍କେଟ ୟାର୍ଡରେ ଖଳା ଓ ରାସ୍ତା କଡ଼ରେ ଧାନ ବିକ୍ରୀ ହୋଇନପାରି ଗଦା ହୋଇ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+