୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଚଳିତ ମାସ ୫ରୁ ରାଜ୍ୟରେ ଆରମ୍ଭ ହେବ 'ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନା। ଖୋର୍ଦ୍ଧା ଜିଲା ଜଙ୍କିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଶୁଭାରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ସାଂସଦ ପ୍ରମୁଖ ଯୋଗ ଦେବେ। ଏଥିସହିତ ସମସ୍ତ ଜିଲା ଏବଂ ବ୍ଲକ ପ୍ରତିନିଧି ଆଭାସି ମାଧ୍ୟମରେ ସାମିଲ ହେ‌େ‌ବ ବୋଲି ଜଣାପଡ଼ିଛି। ଏଣିକି ଗ୍ରାମସଭା ନିଷ୍ପତ୍ତି ଅନୁଯାୟୀ ଗାଁର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେବ। ବିନା ଗ୍ରାମସଭାରେ ଗ୍ରାମରେ କୌଣସି ବିକାଶମୂଳକ କାର୍ଯ୍ୟ ହେବନାହିଁ।

mohan majhi

ଆସନ୍ତା ୫ବର୍ଷ ପାଇଁ ଗ୍ରାମସଭା ମାଧ୍ୟମରେ ଗ୍ରାମ ବିକାଶର ନୀଳନକ୍ସା ପ୍ରସ୍ତୁତ ହେବ। ଫେବୃଆରୀ ୧୪ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ମନୋନୟନ କରିବେ। ସମସ୍ତ ପଞ୍ଚାୟତ ୧୫ରେ ବ୍ଲକରେ ନିଜ ନିଜ ଗ୍ରାମର ପ୍ରକଳ୍ପ ତାଲିକା ଦାଖଲ କରିବେ। ୧୮ସୁଦ୍ଧା ପଞ୍ଚାୟତ ସମିତିର ବୈଷୟିକ କମିଟି ପକ୍ଷରୁ ଏହାର ଯାଞ୍ଚ ଶେଷ ହେବ। ୨୦ ସୁଦ୍ଧା ପ୍ରତି ପଞ୍ଚାୟତର ପ୍ରକଳ୍ପ ତାଲିକା ଜିଲାପାଳଙ୍କ ପାଖକୁ ପଠାଯିବ। ଜିଲାପାଳଙ୍କ ଅନୁମୋଦନ ପରେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଗୁରୁବାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆର୍ଥିକ ବର୍ଷ ୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ସରକାର ବଜେଟରେ ୧୦୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ନୂଆ ମାର୍ଗଦର୍ଶିକା ମୁତାବକ ରାଜ୍ୟର ପ୍ରତି ପଞ୍ଚାୟତକୁ ଉକ୍ତ ଅର୍ଥ ଆବଣ୍ଟନ କରାଯିବ। ରାଜ୍ୟର ପଛୁଆ/ଆଦିବାସୀବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ। ଏଥିପାଇଁ ମୋଟ ଅର୍ଥର ୪୦ ପ୍ରତିଶତ ବା ୪୦୦ କୋଟି କେବଳ ଆଇଟିଡିଏ ବା ଇଣ୍ଟିଗ୍ରେଟେଡ଼ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ଅଧୀନରେ ଥିବା ବ୍ଲକ୍‌ରେ ଖର୍ଚ୍ଚ ହେବ। ରାଜ୍ୟର ମୋଟ ୩୧୪ ବ୍ଲକରୁ ୧୨୧ଟି ବ୍ଲକ ଆଇଟିଡିଏ ଅଧୀନରେ ରହିଛି। ୧୨୧ଟି ବ୍ଲକରେ ୪୦୦କୋଟି ଏବଂ ଅବଶିଷ୍ଟ ୧୯୩ ବ୍ଲକରେ ୬୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଉକ୍ତ ଅର୍ଥରେ କଂକ୍ରିଟ୍‌ ଓ ପେଭର ବ୍ଲକ ରାସ୍ତା ତିଆରି ହେବ। ଆବଶ୍ୟକତା ଅନୁସାରେ ଗ୍ରାମରେ ଡ୍ରେନ୍‌ ବି ନିର୍ମାଣ ହେବ। ପଞ୍ଚାୟତକୁ ମିଳିଥିବା ମୋଟ ପାଣ୍ଠିର ୩୫ ପ୍ରତିଶତ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ।
ସୂଚନାଯୋଗ୍ୟ, ପୂର୍ବ ସରକାର ସମୟରେ 'ଆମ ଓଡ଼ିଶା, ନବୀନ ଓଡ଼ିଶା' ଯୋଜନାରେ ଆରମ୍ଭ ହୋଇଥିବା ପ୍ରକଳ୍ପ ପାଇଁ ୨୦% ଖର୍ଚ୍ଚ ହୋଇଥିଲେ 'ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା'ରେ ଉକ୍ତ ପ୍ରକଳ୍ପ ତ୍ବରାନ୍ବିତ କରିବାକୁ ଅର୍ଥ ମିଳିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+